www.samajalive.in
Tuesday, December 9, 2025
16.1 C
Bhubaneswar

ଦୂରାରୋଗୀଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ

ଚୌଦ୍ୱାର :  ଅଂଚଳର ଦୂରାରୋଗୀ ମାନଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ ଏବଂ ଅବସର ଗ୍ରହଣ କରିଥିବା ଚୌଦ୍ୱାର ପୌର ପାଳିକାର କର୍ମଚାରୀ ମାନଙ୍କୁ ବକେୟା ପେନସନ୍ ଓ ଗ୍ରାଚୁଇଟି ପ୍ରଦାନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଗନ୍ଧୀଛକସ୍ଥିତ ପୌର ଟାଉନହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କ ପେନସନ୍ ଓ ଗ୍ରାଚୁଇଟି ବାବଦକୁ ମୋଟ ୭୦ ଲକ୍ଷ ଟଙ୍କାର ଚେକ୍ ବଣ୍ଟନ କରିଥିଲେ ।ସୂଚନାଯୋଗ୍ୟଯେ, ଏହି କର୍ମଚାରୀ ମାନେ ଅଜକୁ ୧୫ ବର୍ଷ ହେଲା ଅବସରଗ୍ରହଣ କରିସାରିଥିଲେହେଁ ଏଯାବତ୍ ସେମାନଙ୍କ ବକେୟା ପ୍ରାପ୍ୟ ପାଇପାରି ନଥିଲେ । ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଏଦିଗରେ ସରକାରୀସ୍ତରରେ ପଦକ୍ଷେପ ନେଇ ବକେୟା ପ୍ରାପ୍ୟ ମଞ୍ଜୁର କରିବାର ବ୍ୟବସ୍ଥା କରିଥିବାରୁ କର୍ମଚାରୀ ମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ୧୭ ନମ୍ବର ୱାର୍ଡ଼ ତ୍ରିନାଥ ପଲ୍ଲୀର ୧୭ଜଣ ଦୂରାରୋଗୀଙ୍କୁ ପୌରପାଳିକା ତରଫରୁ ୧୭ଟି ତିନି ଚକିଆ ସାଇକେଲ ବଣ୍ଟନ କରାଯାଇଥିଲା । ୱାର୍ଡ଼ କାଉନସିଲର ଆଶୁତୋଷ ଦାସଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ,ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ାଙ୍କ ସମେତ ବହୁ କାଉନସିଲର ଓ ପୌର କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ ।ପୌର ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories