www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତର ଫାର୍ମାସିଉଟିକାଲ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଉଦ୍ୟମ ହେଉଛି : ମାଣ୍ଡଭ୍ୟ

ଡେସ୍କ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଜେନିଭାଠାରେ ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଉଦ୍‌‌ବୋଧନ ଦେଇଛନ୍ତି। ବିଶ୍ୱସ୍ତରରେ ଦେଶର ଫାର୍ମାସିଉଟିକାଲ କ୍ଷେତ୍ରକୁ ମଜଭୁତ କରିବା ପାଇଁ ଉଦ୍ୟମ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ରକ୍ଷା ଲାଗି ଡିଜିଟାଲ ସ୍ୱାସ୍ଥ୍ୟ ଅଭିନବତାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ଉନ୍ନତମାନର ସ୍ୱାସ୍ଥ୍ୟ ଯତ୍ନ ସେବା ପ୍ରଦାନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଜେନିଭାଠାରେ ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଡକ୍ଟର ମାଣ୍ଡଭ୍ୟ  ହିଲ୍‌‌ ବାଇ ଇଣ୍ଡିଆ ଓ ହିଲ୍‌‌ ଇନ୍‌‌ ଇଣ୍ଡିଆ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟ ଆଲୋକପାତ କରିଛନ୍ତି। ବିଶ୍ୱସ୍ତରର ସ୍ୱାସ୍ଥ୍ୟସେବା ପରିବ୍ୟାପ୍ତ ପାଇଁ ଭାରତର ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି । ସେ କହିଛନ୍ତି ହିଲ୍‌‌ ବାଇ ଇଣ୍ଡିଆ ଉଦ୍ୟମ ଜରିଆରେ ଭାରତରୁ ଚିକିତ୍ସକ ଓ ଚିକିତ୍ସା ବିଶେଷଜ୍ଞମାନଙ୍କୁ ପୃଥିବୀର ବିଭିନ୍ନ ଦେଶକୁ ଯିବାଲାଗି ଲକ୍ଷ୍ୟ ରଖାଯାଇ ବସୁଧୈବ କୁଟୁମ୍ବକମ୍‌‌ ଭାରତୀୟ ଦର୍ଶନକୁ ପ୍ରତିପାଦନ କରାଯାଉଛି। ସେହିପରି ହିଲ୍‌‌ ଇନ୍‌‌ ଇଣ୍ଡିଆ ଉଦ୍ୟମର ଲକ୍ଷ୍ୟ ହେଲା ଭାରତ ଭିତରେ ସମନ୍ୱିତ ଓ ବ୍ୟାପକ ଚିକିତ୍ସା ସୁବିଧା ଯୋଗାଇବା ଏବଂ ଏହା ଜରିଆରେ ବିଶ୍ୱସ୍ତରୀୟ ଓ ସୁଲଭ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ନିଶ୍ଚିତ କରାଯାଉଛି। ସେ କହିଛନ୍ତି ଭାରତ ହେଉଛି ବିଶ୍ୱର ସବୁଠାରୁ ପୁରାତନ ଚିକିତ୍ସା ବ୍ୟବସ୍ଥା ବା ଆର୍ୟୁବେଦର ଗନ୍ତାଘର। ଏହାର ସ୍ୱତନ୍ତ୍ର ଶକ୍ତିକୁ କାର୍ଯ୍ୟକାରୀ କରାଗଲାପରେ ଯୋଗ, ସିଦ୍ଧ, ୟୁନାନି ଓ ହୋମିଓପ୍ୟାଥି ଭଳି ଆୟୁଷ ଚିକିତ୍ସାର ଆଦର ବିଶ୍ୱବ୍ୟାପୀ ବୃଦ୍ଧିପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories