ଭୁବନେଶ୍ବର: ୨ହଜାର ଟଙ୍କିଆ ନୋଟ ବଦଳ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ସବୁ ସର୍କଲ ଓ ଲୋକାଲ ଅଫିସ ପାଇଁ ସିଜିଏମଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି। ୨ହଜାର ଟଙ୍କା ନୋଟ ବଦଳାଇବା ପାଇଁ ରିକ୍ୟୁଜିସନ ସ୍ଲିପ ଦରକାର ନାହିଁ। ସେହିପରି ୨ହଜାର ଟଙ୍କା ବଦଳ କରିବା ସମୟରେ କୌଣସି ପରିଚୟପତ୍ର ଦେଖାଇବାକୁ ପଡ଼ିବ ନାହିଁ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।



