www.samajalive.in
Monday, December 8, 2025
27.1 C
Bhubaneswar

ବଜ୍ରାଘାତରେ ୨୩ ଗୃହପାଳିତ ପ୍ରାଣୀଙ୍କ ଜୀବନ ଗଲା 

ଗୁଣପୁର : ଗତ ଗୁରୁବାର ସନ୍ଧ୍ୟାରେ ବଡ଼ମୁନି ଗାଁରେ କାଳବୈଶାଖୀ ବେଳେ ବଜ୍ରାଘାତ ଘଟି ରମନା ଗୁଡ଼ା ତହସିଲ ଅନ୍ତର୍ଗତ ଗୁଲୁଣ୍ଠୀ ପଞ୍ଚାୟତର ସାନ ମୁନି ଗାଁର ୬ ପରିବାରର ଗାଈ ବଳଦ ଓ ବାଛୁରୀ ମିଶି ୨୩ଟି ପଶୁ ମୃତ୍ୟୁ ବରଣ କରିଥିବା ଦୁଃଖଦ ଖବର ମିଳିଛି । ଖବର ପାଇ ରାମନ।ଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ: କୃଷ୍ଣା ନନ୍ଦ ବେହେରା , ଗୁଲୁଣ୍ଠୀ ପ୍ରାଣୀ ଧନ ନିରୀକ୍ଷକ କେଦାର ନାଥ ଗମାଙ୍ଗ ଗୁଲୁଣ୍ଠୀର ସରପଞ୍ଚ ମାଝୀ ଗୌରୀ କଣ୍ଡାଗିରି , ପୂର୍ବତନ ସରପଞ୍ଚ ଚିନା କଣ୍ଡା ଗିରି ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ ପ୍ରାଣୀଙ୍କ ବ୍ୟବଚ୍ଛେଦ କରି ଫେରିଛନ୍ତି ।
ତହସିଲଦାର ନିର୍ମଳ ସାହୁ ରାଜସ୍ବ ନୀରିକ୍ଷକ କୈବଲ୍ୟ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ମୃତ ୨୩ ପ୍ରାଣୀକୁ ଗାତ ଖୋଳି ପୋତିବାର ବ୍ୟବସ୍ଥା କରିଛନ୍ତି । ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ: କୃଷ୍ଣା ନନ୍ଦ ବେହେରା କହିବା ପ୍ରକାରେ ସାନ ମୁନି ଗାଁର ତ୍ରିନାଥ ମୂଟୁକାଙ୍କ ୨ଟି ବଳଦ , ମୋହନ ରାଓ ମୁଟୁକାଙ୍କ ୨ଟି ବଳଦ ,୨ଟି ଗାଈ ଓ୨ଟି ବାଛୁରୀ , ସୋମେଶ ମାଣ୍ଡାଙ୍ଗିଙ୍କ ୨ଟି ଗାଈ , ତ୍ରିପତି ମୁଟୁକାଙ୍କ ୩ ଟି ଗାଈ ଓ୨ଟି ବାଛୁରୀ କତୁରୀ ମୁଟିକାଙ୍କ ୧ ଗାଈ ଓ୨ ଟି ବାଛୁରୀ , ରାମା ରାଓ ମୁଟୁକାଙ୍କ୨ଟି ଗାଈ,୨ଟି ବଳଦ ଓ ୧ଟି ବାଛୁରୀ ଏହିପରି ମୋଟ ୧୦ ଟି ଗାଇ,୬ ବଳଦ ଓ ୭ଟି ବାଛୁରୀ ମିଶି ୨୩ ଟି ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ଏହି ଗାଈ ଗୋରୁ ସବୁ ସାନ ମୁନି ଗାଁଠୁ ପ୍ରାୟ ୧କିମି ଦୂର ବଡ଼ ମୁନି ଗାଁକୁ ଚରିବାକୁ ଯାଇଥିଲେ ସେଠାରେ ବଜ୍ରାଘାତର ଶିକାର ହୋଇଥିବା କହିଛନ୍ତି । ଏହି ବଜ୍ରାଘାତରେ କ୍ଷତିଗ୍ରସ୍ତ ୬ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ଓ ପ୍ରାଣୀଧାନ ବିଭାଗର ରିପୋର୍ଟକୁ ଆଧାର କରି ଆମେ ଜିଲାପାଳଙ୍କୁ ଅବଗତ କରିବୁ ବୋଲି ତହସିଲଦାର ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories