www.samajalive.in
Monday, December 8, 2025
27.1 C
Bhubaneswar

ଦୀପାବଳୀରେ ଆପଣାନ୍ତୁ ଏହି ଉପାୟ : ରହିବ ନାହିଁ ଅର୍ଥାଭାବ

ଦୀପାବଳୀ ଆସିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ସବୁଘରେ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ କ’ଣ ଆପଣ ଜାଣନ୍ତି ବଡ଼ ଧରଣର ତନ୍ତ୍ର ଯନ୍ତ୍ର ନକରି ସାଧାରଣ ଉପାୟରେ ମଧ୍ୟ ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ। ଯଦି ଆପଣ ମା’ଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ଓ ମା’ଲକ୍ଷ୍ମୀଙ୍କୁ ସବୁଦିନ ପାଇଁ ନିଜ ଘରେ ରଖିବାକୁ ଚାହୁଁଛନ୍ତି ତେବେ ଏହି ସରଳ ଉପାୟ ଆପଣେଇ ଆପଣଙ୍କ ଇଚ୍ଛା ପୂରଣ କରିପାରିବେ। ଚାଲନ୍ତୁ ଆଜି ଜାଣିବା ଏହି ଉପାୟ ବିଷୟରେ –

ଏହି ଉପାୟ ଝାଡ଼ୁ ସହ ଜଡ଼ିତ। ସବୁ ଘରେ ଓ ଦୋକାନରେ ଝାଡ଼ୁ ସହଜରେ ମିଳିଥାଏ। ଦୀପାବଳୀରେ ଝାଡ଼ୁ ଦ୍ୱାରା କରାଯାଉଥିବା ଏହି ଉପାୟ ଆପଣଙ୍କ ଘରେ କେବେହେଲେ ଧନର ଅଭାବ ହେବାକୁ ଦେବନାହିଁ।

- Advertisement -

ଶାସ୍ତ୍ରରେ ଝାଡ଼ୁକୁ ମା’ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଛି। ତେଣୁ କେବେହେଲେ ଝାଡ଼ୁର ଅନାଦାର କରିବା ଉଚିତ୍‍ ନୁହେଁ। ଅଖଣ୍ଡ ଧନସମ୍ପତ୍ତି ପାଇବା ପାଇଁ ଏହି ଦୀପାବଳୀରେ ଏକ ନୂଆ ଝାଡ଼ୁ କିଣି ଘରକୁ ଆଣନ୍ତୁ। ଏହି ନୂଆ ଝାଡ଼ୁରେ ସମ୍ପୂର୍ଣ୍ଣ ଘରକୁ ସଫା କରନ୍ତୁ। ସଫା କରିସାରିବା ପରେ ଝାଡ଼ୁକୁ ଏପରି ସ୍ଥାନରେ ଲୁଚାଇ ରଖନ୍ତୁ ଯେଉଁଠି କାହାର ଦୃଷ୍ଟି ପଡ଼ିବ ନାହିଁ। ଦୀପାବଳୀରେ ନୂଆ ଝାଡ଼ୁ ଘରକୁ ଆଣିବା ଅର୍ଥ ମା’ଲକ୍ଷ୍ମୀଙ୍କୁ ଘରକୁ ଆଣିବା। ଏହିଦିନରେ କୌଣସି ମନ୍ଦିରରେ ଝାଡ଼ୁ ଦାନ କରିବା ମଧ୍ୟ ବହୁତ ଶୁଭ ହୋଇଥାଏ।

ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ଉପରେ ଓ ଆପଣଙ୍କ ଘର ଉପରେ ବର୍ଷ ସାରା ମା’ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ।

 

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories