www.samajalive.in
Tuesday, December 9, 2025
16.1 C
Bhubaneswar

ବୀରଗୋବିନ୍ଦ ପୁରରେ କାଳୀପୂଜା ପାଇଁ ଦକ୍ଷିଣକାଳୀଙ୍କ ପୀଠ ଚଳଚଞ୍ଚଳ ; କାଲି ଭଷାଣି ଯାତ୍ରା

ସୁଆଣ୍ଡୋ : ପୁରୀ ଜିଲାର ତନ୍ତ୍ର ପୀଠ ବୀରଗୋବିନ୍ଦ ପୁରରେ କାଳୀପୂଜା ପାଇଁ ଦକ୍ଷିଣକାଳୀଙ୍କ ପୀଠ ଆଜି ଚଳଚଞ୍ଚଳ ହୋଇଉଠିଛି । ମାଆଙ୍କ ମୂର୍ତ୍ତିରେ ରଙ୍ଗ ଦିଆ ଚାଲିଛି । ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ମାଆଙ୍କ ନୀତିକାନ୍ତି ଆରମ୍ଭ କରାଯିବ । ରାତି ବାରଟାରେ ଦେବୀଙ୍କ ଗୁପ୍ତ ପୂଜା ନୀତି ଅନୁଷ୍ଠିତ ହେବ। ପୂଜକ ଅଗାଧୁ ଦିକ୍ଷିତ ଓ ତାଙ୍କ ସହଯୋଗୀ ପ୍ରଫୁଲ ଚନ୍ଦ୍ର ଦିକ୍ଷିତ ଦେବୀଙ୍କ ପୂଜାର୍ଚ୍ଚନା କରୁଛନ୍ତି । ମହାଜନ କୋଠ ସଭାପତି ଭିକାରୀ ନନ୍ଦ ଓ ସମ୍ପାଦକ ଶ୍ରୀନିବାସ ମିଶ୍ର, ଭବାନୀଶଙ୍କର ଆଚାର୍ଯ୍ୟ, ଲୋକନାଥ ମିଶ୍ର, ଗଣେଶ୍ଵର ମିଶ୍ର, ଦୟାନିଧି ମିଶ୍ର ପ୍ରମୁଖ ସବୁ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି।  ପରିମଳ ସ୍ଵାସ୍ଥ୍ୟ ଶିବିର ପାନୀୟଜଳ ଉଜ୍ଜ୍ବଳ ଆଲୋକ ସହ ଅନ୍ୟାନ୍ୟ ସମସ୍ତ ସୁବିଧା କରାଯାଇଛି। ସତ୍ୟବାଦୀ ଥାନା ପକ୍ଷରୁ ଦୁଇ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି । ଆସନ୍ତା କାଲି ସକାଳେ ମାଆଙ୍କ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ରାତି ଦଶଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories