www.samajalive.in
Tuesday, December 9, 2025
16.1 C
Bhubaneswar

ଜମ୍ମୁ-କଶ୍ମୀରରେ  ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛି ଜୈଶ ଆତଙ୍କବାଦୀ ସଙ୍ଗଠନ

ଶ୍ରୀନଗର – ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ବିଭିନ୍ନ ଗୁଇନ୍ଦାସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଆତଙ୍କବାଦୀ ସଙ୍ଗଠନ ଜୈଶ ଏ ନେଇ ଯୋଜନା କରିଥିବା ଗୁଇନ୍ଦା ସଂସ୍ଥା ସୂଚନା ଦେଇଛନ୍ତି । ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ ସ୍ଥାନୀୟ ଯୁବକଙ୍କୁ ଉଦ୍‌ଭ୍ରାନ୍ତ କରି କାଶ୍ମୀରରେ ଆକ୍ରମଣ ପାଇଁ ଯୋଜନା କରିଛି । ଆତଙ୍କବାଦୀ ଆକ୍ରମଣ ସହ ଗ୍ରୀନେଡ୍‌ ଆକ୍ରମଣ ପାଇଁ ଆତଙ୍କାବାଦୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି ।

ପ୍ରବାସୀ ଶ୍ରମିକ ଏବଂ ସୁରକ୍ଷା ବ୍ୟବସ୍ଥାରେ ଜଡିତ ସଂସ୍ଥା ଉପରେ ଆକ୍ରମଣ ପାଇଁ ଜୈଶ ଯୋଜନା କରିଛି । ବାରମୁଲାରେ ଆତ୍ମଘାଚୀ ଆକ୍ରମଣ ପାଇଁ ଜୈଶ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଯୋଜନା କରାଯାଇଛି । ଏବେ କାଶ୍ମୀର ଘାଟୀରେ ୫୦ରୁ ଅଧିକ ସଂକ୍ରିୟ ଆତଙ୍କବାଦୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୨୦ରୁ-୨୫ ଜଣ ବିଦେଶୀ ଆତଙ୍କବାଦୀ ରହିଛନ୍ତି । ୩୦ରୁ୩୫ ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି । ସୁରକ୍ଷାବଳମାନେ ଆତଙ୍କବାଦୀ ବିରୋଧି କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି ।

- Advertisement -

କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଏହି ସୂଚନା ଦେଇଛନ୍ତି । ସୀମାବାହାରୁ ଡ୍ରୋନ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ଚାଲାଣ ପାଇଁ ଯୋଜନା କରାଯାଇଛି । ୨୦୧୭ରେ ଆତଙ୍କବାଦୀଙ୍କ ସଂଖ୍ୟା ୩୫୦ ଥିବା ବେଳେ ଏବେ ତାହା ୫୦ରେ ପହଞ୍ଚିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories