www.samajalive.in
Monday, December 8, 2025
17.1 C
Bhubaneswar

ଅନ୍ତିମ ସଂସ୍କାର ପୂର୍ବରୁ ଜୀବନ୍ୟାସ ପାଇଲେ ୯୫ ବର୍ଷୀୟ ବୃଦ୍ଧ

ଜୟପୁର: ରାଜସ୍ଥାନର ଏକ ଗୁଜ୍ଜର ପରିବାର ପାଇଁ ଦୀପାବଳି ଆଣିଛି ବରଦାନ। ପରିବାରର ବୟୋଜ୍ୟେଷ୍ଠ ୯୫ ବର୍ଷୀୟ ବୃଦ୍ଧ ମୃତ୍ୟୁଶଯ୍ୟାରେ ପୁଣି ଜୀବଦାନ ପାଇ ଉଠି ବସିଛନ୍ତି। ଏଭଳି ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଓ ଦୈବୀଲୀଳାର ଉଦାହରଣ ଦେଖିôବାକୁ ମିଳିଛି ରାଜସ୍ଥାନର କ୍ଷେତ୍ରୀ ତହସିଲ୍‍ ଅନ୍ତର୍ଗତ ଝୁନଝୁନୁ ଜିଲାରେ।
ଗ୍ରାମର ବୁଦ୍ଧ ରାମ ଗୁଜ୍ଜର ଗତ ଶନିବାର ହଠାତ୍‍ ବେହୋସ ହୋଇଯାଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କ ପରିବାର ସଦସ୍ୟମାନେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ। ଗୁଜ୍ଜର ପରିବାରର ପ୍ରଥା ଅନୁଯାୟୀ ଘରର ସଦସ୍ୟମାନେ ମୁଣ୍ଡନ ହେବା ପରେ ବୁଦ୍ଧରାମଙ୍କୁ ଗାଧୋଇବା ପାଇଁ ନିଆଯାଇଥିଲା। ମାତ୍ର ତାଙ୍କ ଉପରେ ପାଣି ଢାଳିବା ପରେ ତାଙ୍କ ଶରୀରରେ ହଠାତ୍‍ କମ୍ପନ ସୃଷ୍ଟି ହୋଇଥିଲା। କିଛି ସମୟ ପରେ ସେ ହଠାତ୍‍ ଉଠି ବସିଥିଲେ। ଏଭଳି ଘଟଣା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛାତି ଯନ୍ତ୍ରଣା ଯୋଗୁଁ ସେ ଶୋଇପଡ଼ିଥିଲେ ବୋଲି ବୁଦ୍ଧରାମ କହିଛନ୍ତି। ଏଭଳି ଘଟଣା ତାଙ୍କ ପରିବାର ପାଇଁ ଦୀପାବଳି ଉପହାର ବୋଲି ବୁଦ୍ଧରାମଙ୍କ ବଡ଼ ପୁଅ ବାଲୁ ରାମ କହିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories