www.samajalive.in
Tuesday, December 9, 2025
17.1 C
Bhubaneswar

ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ ଷ୍ଟୋର ରୁମରେ ଅଗ୍ନିକାଣ୍ଡ

ପାରାଦ୍ୱୀପ : ପାରାଦ୍ୱୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟର ଷ୍ଟୋର ରୁମରେ ଆଜି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ପାରାଦ୍ୱୀପ ବନ୍ଦରର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ, ପାରାଦ୍ୱୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟରେ ଥିବା ଷ୍ଟୋର ରୁମରେ ରୋଗୀମାନଙ୍କର ବେଡସିଟ ଓ ଅନ୍ୟାନ୍ୟ କପଡା ଗଛିତ ଥିଲା। ଆଜି ହଠାତ ଏହି ରୁମରେ ଅଗ୍ନିକାଣ୍ଡ ଘଟି ସମସ୍ତ କପଡା ପୋଡ଼ିଯାଇଥିଲା। ଅପରପକ୍ଷରେ କିପରି ନିଆଁ ଲାଗିଲା ତାହା ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ସଟ୍ ସର୍କିଟ ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଇଛି। ଏଭଳି ଘଟଣା ପାରାଦ୍ୱୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ ଇତିହାସରେ ପ୍ରଥମ ଥର ଘଟିଥିବା ଜଣାପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories