www.samajalive.in
Sunday, December 7, 2025
13.1 C
Bhubaneswar

ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଳକ ବିଜେପୁର ଥାନା ଅନ୍ତର୍ଗତ ଲାଖବାହିଲି ପଞ୍ଚାୟତର ଦୁରାସାରଲୀ ଗାଁର ଶୀମାଞ୍ଚଳ ସାହୁ(୬୮)ଙ୍କ  ବଜ୍ର ପାତରେ ମୃତ୍ୟୁ ଘଟିଛି।ଗତ କାଲି ଅପରାହ୍ଣ ସାଢ଼େ ୩ ଘଣ୍ଟା ସମୟରେ ପ୍ରବଳ ବର୍ଷା ସହିତ ଝଡ଼ ତୋଫାନ ହୋଇଥିଲା। ଏହି ସମୟରେ ଶ୍ରୀ ସାହୁ ନିଜ ଘର ବାରିପଟେ ଥିବା ତେନ୍ତୁଳି ଗଛ ନିକଟରେ ରହିଥିବା ବେଳେ ବଜ୍ର ପାତରେ ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ କ୍ଷେତ୍ର ସାହୁ ୧୦୮ ଆମ୍ବୁଲାନ୍ସକୁ ଡକାଇ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।  ଝଡ଼ ତୋଫାନ ଯୋଗୁଁ ବ୍ଳକର ଘାଟି ଅଞ୍ଚଳର ବିଭିନ୍ନ ଗାଁରେ ଲୋକଙ୍କ ଘରର ଆଜବେଷ୍ଟ ଉଡ଼ାଇ ନେଇଥିବା ବେଳେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories