www.samajalive.in
Tuesday, December 9, 2025
15.1 C
Bhubaneswar

ଗୋପବନ୍ଧୁ ନର୍ସିଂ କଲେଜରେ ଜ୍ଞାନପ୍ରଭା ମିଶନର ପ୍ରଜ୍ଞାଧାରା କାର୍ଯ୍ୟକ୍ରମ

ଗୁରୁଡିଝାଟିଆ: ଜ୍ଞାନପ୍ରଭା ମିଶନ ପକ୍ଷରୁ ପ୍ରଜ୍ଞାଧାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଆଜିର ଉଦଯାପନୀ ଉତ୍ସବରେ ଲୋକ ସେବକ ମଣ୍ଡଳ ଓଡିଶା ଶାଖା ସଭାପତି, ସମାଜର ସଂପାଦକ ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ସେବିକା ମହାବିଦ୍ୟାଳୟ ପରିଚାଳାନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାତୃଶକ୍ତି ଆଶୀର୍ବାଦପ୍ରାପ୍ତ ହେଲେ ଅସାଧ୍ୟ ସାଧନ କରିବେ ବୋଲି କହିବା ସହ ପ୍ରଜ୍ଞାପ୍ରଭା ମିଶନର ବାଳିକାମାନଙ୍କୁ ଠିକଣା ଢଙ୍ଗରେ ଗଢିତୋଳିବା ଏଭଳି କାର୍ଯ୍ୟକ୍ରମ ପ୍ରଂଶସନୀୟ ବୋଲି କହିଥିଲେ।

ସ୍ୱାମୀ ପ୍ରଜ୍ଞାନାନନ୍ଦ ସରସ୍ୱତୀଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିବା ସ୍ୱାମୀ ଜ୍ଞାନ ସ୍ୱରୂପାନନ୍ଦ ସରସ୍ୱତୀ ଓ ବ୍ରହ୍ମଚାରିଣୀ ମେଧାମୟୀ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଜ୍ଞାନପ୍ରଭା ମିଶନର ପ୍ରଜ୍ଞାଧାରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର, ଉପପ୍ରବନ୍ଧକ ଡଃ ନିତ୍ୟ ସୁନ୍ଦର ସିଏ, ଗୋପବନ୍ଧୁ ସେବୀକା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ନିଧିନ ଏଲିୟସ ଅତିଥି ଭାବରେ ଯୋଗଦେଇଥିଲେ। ଶିକ୍ଷୟିତ୍ରୀ ସୌଦାମିନି ସାହୁ, ଗ୍ରନ୍ଥାଗାରିକ ସ୍ନେହାସିକ୍ତା ସ୍ୱାଇଁ ଓ ରଶ୍ମିତା ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ। ଉପସ୍ଥିତ ସେବିକା ଛାତ୍ରୀମାନଙ୍କୁ ଜ୍ଞାନପ୍ରଭା ମିଶନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories