www.samajalive.in
Monday, December 8, 2025
17.1 C
Bhubaneswar

୩ଟି ସ୍ଥାନରେ ଦୁର୍ଘଟଣାରେ ୫ ଆହତ, ଜଣେ ଗୁରୁତର

କଲମପୁର: କଲମପୁର ପାଇଁ ରବିବାର ଏକ ଦୁର୍ଘଟଣାର ଦିନ। ୩ ଗୋଟି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର କୁଲେଇଜୋର ବୁଲାଣି ନିକଟରେ ଜଣେ ବାଇକ ଚାଳକ ନିଜ ବାଇକରୁ ଭାରସାମ୍ୟ ହାରାଇ ରାସ୍ତାକଡରେ ଛିଟିକି ପଡିଥିଲେ। ଏଥିରେ ବାଇକ ଚାଳକ ଗୁମାବାହାଲ ଗ୍ରାମର ସୁମିତ ମାଝୀଙ୍କ ସମେତ ସାଥିରେ ଥିବା ପପୁ ନାଏକ ଆହତ ହେଇଥିଲେ। ଉଭୟଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ସୁମିତର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

- Advertisement -

ସେହିପରି ଏହି ରାସ୍ତାର ସିଙ୍ଗାରୀ ଘାଟି ଛକ ନିକଟରେ ଥିବା ଡିଡି ବିଲ୍ଡର୍ସ କ୍ୟାମ୍ପ ନିକଟରେ ଉକ୍ତ ବିଲ୍ଡର୍ସରେ ନିୟୋଜିତ ହେଇ ଇନ୍ଦ୍ରାବତୀ ଦକ୍ଷିଣ ମୁକ୍ୟ କେନାଲ ମରାମତି କାର୍ଯ୍ୟ କରୁଥିବା ନୟାଗଡ ଅଞ୍ଚଳର ଜନୈକ କର୍ମଚାରୀ ଦୁର୍ଗା ପ୍ରସାଦ ବେହେରା ବାଇକରୁ ପଡି ଗୁରୁତର ହେଇଥିଲେ। ସାଥି କର୍ମଚାରୀ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ।

ଏହାର ପରବର୍ତ୍ତି ସମୟରେ କଲମପୁର ଜୁନାଗଡ ମୁକ୍ୟ ରାସ୍ତାର ଦାସିଗାଁ ନିକଟରେ ଏକ ଶିଶୁକୁ ଜଣେ ବାଇକ ଚାଳକ ଧକ୍କା ଦେବାରୁ ଉଭୟ ଶିଶୁ ଏବଂ ବାଇକ ଚାଳକ ଗୁରୁତର ହେଇଥିଲେ। ସେମାନଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ବାଇକ ଚାଳକ ଜଣକ ନିକଟସ୍ତ ପାତ୍ରବାସୀ ଗ୍ରାମର ଧିବର କେତକୀ ବୋଲି ଚିହ୍ନଟ ହେଇଥିବା ବେଳେ ଶିଶୁଟି ଦାସିଗାଁର ହେମରାଜ ନାଗ ୮ ବର୍ଷ ବୋଲି ସୁଚନା ମିଳିଛି। ଧିବର କୌଣସି କାମରେ ଏକ ବାଇକ ଯୋଗେ ଜୁନାଗଡ ଯାଉଥିବା ବେଳେ ଦାସିଗାଁରେ ନିଜ ବାଇକରୁ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଶିଶୁକୁ ଧକ୍କା ଦେଇ ପଡିଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories