ରେଙ୍ଗାଲି:ବିଗତ ବର୍ଷ ରେ ସମ୍ବଲପୁର ଜିଲା ରେଙ୍ଗାଲି ତହସିଲରେ ଜମି କିଣାବିକାରେ ପୁଣି ଏକ ଜାଲିଆତି ହୋଇଥିବାର ଅଭିଯୋଗ ହୋଇଛି। ମୃତ ରେକର୍ଡଧାରୀ ପ୍ରଜାଙ୍କ ପତ୍ନୀ ଜୀବିତ ଥାଇ ମଧ୍ୟ ରେଜିଷ୍ଟ୍ରି ଦଳିଲ ସଂଖ୍ୟା ୨୪୮ତା,୨୨/୪/୨୦୦୮ରେ ତାଙ୍କୁ ମୃତ ଦର୍ଶାଯାଇଛି । ଖାଲି ସେତିକି ନୁହେଁ ରେକର୍ଡଧାରୀଙ୍କ ଉତ୍ତରାଧିକାରୀ ଥିବା ତିନି ଝିଅ ଦସ୍ତଖତ ଦେଇ ଜାଣି ଥିଲେ ହେଁ ନିରକ୍ଷରଙ୍କ ଭଳି ସେମାନଙ୍କ ଜାଲ୍ ଟିପ ଚିହ୍ନ ଦେଇ ୪୦ ଡେସମିଲ୍ ଜମି ହଡପ କରି ନେଇଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରଯାଇ ଜମି ଫେରାଇଦେବାକୁ ରେକର୍ଡଧାରୀ ପ୍ରଜାଙ୍କ ତିନି ଝିଅ ଗତ ୧୪ ବର୍ଷ ଧରି ବିଭିନ୍ନ ଅଧିକାରୀଙ୍କୁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ନ୍ୟାୟ ମିଳୁନାହିଁ। ଏହି ସମସ୍ୟାର ସମାଧାନ ପାଇଁ ସେମାନେ ନିବେଦନ କରିଛନ୍ତି।
Popular Categories



