www.samajalive.in
Monday, December 8, 2025
20.1 C
Bhubaneswar

ଶ୍ରେଷ୍ଠ ବିଜ୍ଞାନ ସ୍ନାତକୋତ୍ତର ଭାବେ ସ୍ୱାଗତସୃଜନଙ୍କୁ ସ୍ୱର୍ଣ୍ଣପଦକ

କେନ୍ଦୁଝରଗଡ଼: ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦାର ୧୨ତମ ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର କେନ୍ଦୁଝର ପରିସରରର ବସ୍ତୁବିଜ୍ଞାନ ଛାତ୍ର ସ୍ୱାଗତସୃଜନ ମହାପାତ୍ର ୨୦୨୨ର ଶ୍ରେଷ୍ଠ ବିଜ୍ଞାନ ସ୍ନାତକୋତ୍ତର ଭାବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ, ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ୱାଗତଙ୍କୁ ‘କୈଳାସ ପତି ମେମୋରିଆଲ’ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ। ତାଙ୍କର ଏହି କୃତିତ୍ୱ ପାଇଁ ବସ୍ତୁବିଜ୍ଞାନ ବିଭାଗ ତଥା ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ କୃତଜ୍ଞତା ଜଣାଇବା ସହିତ ବାପା ପ୍ରଫେସର ବବୃବାହନ ମହାପାତ୍ର ଓ ମାଆ ପ୍ରତିମା ମହାପାତ୍ରଙ୍କ ଆଶୀର୍ବାଦ ତାଙ୍କୁ ସର୍ବଦା ଆଗକୁ ବଢ଼ିବାରେ ପ୍ରେରଣା ଯୋଗାଇ ଆସିଛି ବୋଲି କହିଛନ୍ତି। ସେହିଭଳି ବିଶ୍ୱବିଦ୍ୟାଳୟର କେନ୍ଦୁଝର ପରିସରରର ଭୂତତ୍ତ୍ୱ ବିଜ୍ଞାନରେ ଛାତ୍ରୀ ଶୁଭଶ୍ରୀ ସାହୁ, ଇଂରାଜୀରେ ଛାତ୍ରୀ ରୋନାଲୀରଶ୍ମୀ ନାୟକ, ଓଡ଼ିଆରେ ଛାତ୍ରୀ ରେବତୀ ବଢ଼େଇ ଓ ସଂସ୍କୃତରେ ଛାତ୍ର ଦ୍ୱିତୀକୃଷ୍ଣ ପାଣିଗ୍ରାହୀ ନିଜ ନିଜ ବିଭାଗରେ ସ୍ନାତକୋତ୍ତର ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କଠାରୁ ସ୍ୱର୍ଣ୍ଣପଦକ ଗ୍ରହଣ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories