www.samajalive.in
Tuesday, December 9, 2025
17.1 C
Bhubaneswar

ଦିଲ୍ଲୀରେ ଭୟଙ୍କର ଟ୍ରାଫିକ୍‍ ଜାମ, ୬ କିମି ଲମ୍ବର ଗାଡ଼ି ଧାଡି

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଭୟଙ୍କର ଟ୍ରାଫିକ୍‍ ଜାମ ହୋଇଛି। ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସ୍‍ ରାଜପଥରେ ୬ କିଲୋମିଟର ଲମ୍ବର ଗାଡ଼ିର ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି। ଏକ କିଲୋମିଟର ଯିବା ପାଇଁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ଦିଲ୍ଲୀ ମହିପାଳପୁର, ଉଦ୍ୟୋଗ ବିହାର ପର୍ଯ୍ୟନ୍ତ ଗାଡ଼ିଙ୍କ ଲମ୍ବା ଧାଡି ଲାଗି ରହିଛି। ପାର୍ବଣ ଋତୁ ପାଇଁ ଅଧିକ ସହରବାସୀ ସନ୍ଧ୍ୟାରେ ଘରୁ ବଜାରକୁ ଆସିବା ଯୋଗୁଁ ଏପରି ଟ୍ରାଫିକ୍‍ ଜାମ ଘଟିଛି ବୋଲି କୁହାଯାଉଛି। ଦିଲ୍ଲୀର ଚାନ୍ଦିନିଚୌକ, କାରୋଲବାଗ, ଲାଜପତନଗର ଏବଂ ସାଉଥ ଏକ୍ସେଟେନସନରେ ଟ୍ରାଫିକ୍‍ ଜାମ ଲାଗି ରହିଛି। ଟ୍ରାଫିକ୍‍ ଜାମ ହଟାଇବା ପାଇଁ ୪,୦୦ ଟ୍ରାଫିକ୍‍ ପୁଲିସ୍‍ କର୍ମୀଙ୍କୁ ମୁତୟନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories