www.samajalive.in
Tuesday, December 9, 2025
16.1 C
Bhubaneswar

ତ୍ୱରିତ ନ୍ୟାୟ ପ୍ରଦାନ କରିବ ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା : ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼

ଡେସ୍କ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଦ୍ବାରା ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ। କଟକର ଜୁଡିସିଆଲ ଏକାଡେମୀରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଜାତୀୟ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରି ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଡକ୍ଟର ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଏହା କହିଛନ୍ତି । ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା କିଭଳି ଦୂରଦୂରାନ୍ତରେ ଥିବା ସାଧାରଣ ଲୋକଙ୍କୁ ନ୍ୟାୟପ୍ରଦାନ କରିବାରେ ସହାୟକ ହୋଇଛି ସେ ସମ୍ପର୍କରେ ସେ ବିସ୍ତୃତ ମତ ବ୍ୟକ୍ତ କରିଛନ୍ତି।
‘ଡିଜିଟାଇଜେସନ, ପେପରଲେସ୍‌‌ କୋର୍ଟସ୍‌‌ ଏବଂ ଇ-ଇନିସିଏଟିଭ୍‌‌’ ଶୀର୍ଷକ ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌‌ ଚନ୍ଦ୍ରଚୂଢ଼
କହିଛନ୍ତି, ଆଜିଦିନରେ ଭର୍ଚୁଆଲ ମାଧ୍ୟମରେ ଆମେ ସମସ୍ତଙ୍କ ଦ୍ବାର ଦେଶରେ ନ୍ୟାୟ ପହଞ୍ଚାଯାଇ ପାରିବା। ଆଇନଜୀବୀମାନେ ଟେକ୍ନୋଲୋଜି ଜରିଆରେ ହାଇକୋର୍ଟର ମାମଲା ଭର୍ଚୁଆଲ କୋର୍ଟ ଜରିଆରେ ପରିଚାଳନା କରିପାରିବେ। ଓଡ଼ିଶାର ୨୦ଟି ଜିଲ୍ଲାକୁ ହାଇକୋର୍ଟ ସହ ଭର୍ଚୁଆଲ ମାଧ୍ୟମରେ ଯୋଡ଼ା ଯାଇପାରିଥିବା ଶୁଣି ସେ ବେଶ୍‌‌ ଆନନ୍ଦିତ ବୋଲି କହିଥିଲେ। ଏହାକୁ ସବୁ ଜିଲ୍ଲା ସହ ସଂଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ହାଇକୋର୍ଟ ବେଞ୍ଚ କେବଳ ମହାନଗରୀରେ ସୀମିତ ନ ରହି ଭର୍ଚୁଆଲ କୋର୍ଟ ଓ ଟେକ୍ନୋଲୋଜି ଜରିଆରେ ଏହା ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ସହ ଯୋଡ଼ି ହେବା ଉପରେ ପ୍ରଧାନ ବିଚାରପତି ଗୁରୁତ୍ୱାରୋପ କରିଛନ୍ତି । ପ୍ରଯୁକ୍ତିବିଦ୍ୟା ଏଭଳି ଏକ ଜ୍ଞାନକୌଶଳ ରୂପେ ଆମକୁ ସହାୟକ ହୋଇଛି ଯାହାର ସୂଦୁର ପ୍ରସାରୀ ପ୍ରଭାବ ରହିଛି।

ସୁପ୍ରିମକୋର୍ଟରେ କରୋନା ସମୟରେ ଭର୍ଚୁଆଲ କୋର୍ଟର ଉପଯୋଗ ବେଶ୍‌‌ ସଫଳ ହୋଇଥିଲା । ସୁପ୍ରିମକୋର୍ଟ କେବଳ ଦିଲ୍ଲୀ ନୁହେଁ ସମଗ୍ର ଭାରତର, ଭାରତ ପାଇଁ ଓ ଭାରତୀୟ ମାନଙ୍କର ବୋଲି ଜଷ୍ଟିସ୍‌‌ ଚନ୍ଦ୍ରଚୂଡ଼ କହିବା ସହ ଏହାର ନ୍ୟାୟିକ ଲାଭ ପ୍ରତିଟି ଭାରତୀୟଙ୍କ ନିକଟରେ ସହଜରେ ପହଁଞ୍ଚାଇବାରେ ବୈଷୟିକ ଜ୍ଞାନ ବେଶ୍‌‌ ସହାୟକ ହୋଇଥିବା ସେ କହିଛନ୍ତି । ପୂର୍ବରୁ  ସୁପ୍ରିମକୋର୍ଟରେ ଦୁଇଦିନ ଭର୍ଚୁଆଲ ମାଧ୍ୟମରେ ମାମଲା ପରିଚାଳନା କରାଯାଉଥିବା ବେଳେ ଏବେ ଏହାକୁ ୫ ଦିନ ପାଇଁ କରାଯିବ ବୋଲି ସେ କହିଛନ୍ତି । ଡିଜିଟାଇଜେସନ୍‌‌ ଓ ଇ-କୋର୍ଟର ଦୂରଦୃଷ୍ଟି ସମ୍ପର୍କରେ ପ୍ରଧାନ ବିଚାରପତି ଏହାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଆଧୁନିକ ଜ୍ଞାନକୌଶଳ ଉପଯୋଗକୁ ଗୁରୁତ୍ୱ ଦେଇଛନ୍ତି। ଏହା କମ୍‌‌ ଖର୍ଚ୍ଚରେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବେଶ୍‌‌ ଉପଯୋଗୀ ହୋଇପାରିଥିବା କହିଛନ୍ତି। ଲାଇଭ୍‌‌ ଷ୍ଟ୍ରିମିଂ ନେଟ୍‌‌ୱାର୍କକୁ ବ୍ୟାପକ କରିବା ପାଇଁ ଏହାର ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକଚେନ୍‌‌ ଟେକ୍ନୋଲୋଜି, ହାର୍ଡୱେୟାର, ସପ୍ଟୱେୟାର, କ୍ଲାଉଡ୍‌‌ କମ୍ପ୍ୟୁଟିଙ୍ଗ୍‌‌ ଆଦିର ଜ୍ଞାନ କୌଶଳକୁ ଅଧିକ ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ନ୍ୟାୟିକ ପ୍ରକ୍ରିୟା ଅଧିକ ସହଜ, ସରଳ, ସ୍ୱଚ୍ଛ ଓ ପାରଦର୍ଶି ହୋଇପାରିବ।
ସ୍ୱାଗତ ଭାଷଣ ଦେଇ ହାଇକୋର୍ଟର ମୁଖ୍ୟବିଚାରପତି ଡକ୍ଟର ଏସ୍‌‌.ମୁରଲୀଧର ଓଡ଼ିଶାରେ ବର୍ତ୍ତମାନସୁଦ୍ଧା ୨୦ଟି ଜିଲ୍ଲା ଅଦାଲତ ସହ ହାଇକୋର୍ଟକୁ ଭର୍ଚୁଆଲ ଜରିଆରେ ଯୋଡ଼ା ଯାଇପାରିଥିବା ସୂଚନା ଦେଇଥିଲେ । ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍‌‌ ସୁବାଶିଷ ତାଳପତ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିମାନେ ଯୋଗଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories