www.samajalive.in
Wednesday, December 10, 2025
26.1 C
Bhubaneswar

ବାରମ୍ବାର ଗୁହାରୀ ସତ୍ବେ ମିଳିଲାନି ଆବାସ, ଘର ତିଆରି କଲେ ବଦାନ୍ୟ ବ୍ୟକ୍ତି

ଚାନ୍ଦିପୁଟ : ଭୁମିହୀନ ଗରିବ ପରିବାରକୁ ଭୁମି ସହ ପକ୍କାଘର ନିର୍ମାଣ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ହେଲେ ବର୍ଷ ବର୍ଷ ଧରି ଝାଟିମାଟି ପାଲ କୁଡିଆ ତଳେ ଜୀବନ ବିତାଉଥିବା ପରିବାର ପାଇଁ ନିଷ୍ଠର ପାଲଟିଯାଇଛି ସରକାର।  ଘର ଖଣ୍ଡିଏ ପାଇଁ ଗରୀବ ପରିବାରଟିଏ ସରକାରଙ୍କୁ ବାରମ୍ବାର ଗୁହାରୀ ଜଣାଇଆସୁଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଛି। ତେବେ ଏହି ବିକଳ ପରିସ୍ଥିତିକୁ ଦେଖି ସାହାଯ୍ୟ ଓ ସହଯୋଗ ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ବ୍ୟବସାୟୀ ଓ କିଛି ତିଦ୍ଦତୀୟ ବଦ୍ୟାନ୍ୟ ବ୍ୟକ୍ତି। ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ

ଦିନ ଥିଲା ମୁଣ୍ଡ ଉପରେ ଭଲ ଚାଳ ଖଣ୍ଡିଏ ନଥିଲା । ଖରା ବର୍ଷା ଶୀତ କାକରରେ ବର୍ଷ ବର୍ଷ ଧରି ପାଲତଳେ ଜୀବନ ବିତାଇଆସୁଥିଲେ। ଏବେ ପକ୍କା ଘର ନ ହେଲେ ମଧ୍ୟ ଟିଣ ପକାଇ ନିର୍ମାଣ ଚାଲିଛି ଘର। ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ  ରହିଆସୁଥିବା ଦୁଇ ଅସହାୟ ପରିବାରକୁ ଏ ଯାଏଁ ମିଳିପାରୁନି ଘର ଖଣ୍ଡିଏ। କିନ୍ତୁ ସ୍ଥାନୀୟ ଶ୍ରୀ ଚନ୍ଦ୍ରଶେଖର ବ୍ୟବସାୟୀ ସଂଘର ହାତ ପାଣ୍ଠିରେ ଶ୍ରମିକ ଲଗାଇ ନିର୍ମାଣ ହୋଇପାରିଛି ଘର । ଏହି ଟିଣ ଘର ପାଇଁ ଟିଣ ଯୋଗାଇଦେଇଛନ୍ତି ମହେନ୍ଦ୍ରଗଡ ତିଦ୍ଦତୀୟ ସଂସ୍ଥା ଓଷି ଷ୍ଟେଫେନର ସ୍ବେଚ୍ଛାସେବୀ ମାନେ ।

- Advertisement -

ଚାନ୍ଦିପୁଟ ଗ୍ରାମର ଶଶି ଦଳାଇ ଓ ଭାନୁମତି ବେହେରା ଅତି ଅସହାୟ ଅବସ୍ଥାରେ କୁଲି ମୁଲ ଖଟି ପରିବାର ଚଳାଇ ଆସୁଛନ୍ତି । ରହୁଥିବା ସ୍ଥାନଟି ଗାଁ ଦାଣ୍ଡ ହୋଇଥିବା ବେଳେ ତାଙ୍କ ନାମରେ କୌଣସି ଜମି ପଟ୍ଟା ନାହିଁ। ଆବାସ ଯୋଜନା ପାଇଁ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଅଫିସ ଓ ଆରଆଇ ଅଫିସକୁ ଦୌଡି ଦୌଡି ଗୁହାରୀ ଜଣାଇବା ପରେ ନୟାନ୍ତ ହେବାକୁ ପଡିଛି । ଏହି ଅସହାୟଙ୍କ ପ୍ରତି ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ସମେତ ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ବିପ୍ରଚରଣ ବଳିଆରସିଂହ ମଧ୍ୟ ଅନେକ ଥର ପଞ୍ଚାୟତରେ ଜଣାଇଆସୁଛନ୍ତି ହେଲେ ଫଳ ଶୂନ। ପରିଣତ ବୟସରେ ଶଶି ଦଳାଇ ତିନି ପ୍ରାଣୀ କୁଟୁମ୍ବଙ୍କୁ ନେଇ ଚଳୁଥିଲେ, କିଛି ଦିନ ତଳେ ତାଙ୍କ ସ୍ବାମୀ ତ୍ରୀନାଥ ଦଳେଇ ପ୍ରାଣତ୍ୟାଗ କରିବା ପରେ ଏବେ ଅର୍ଦ୍ଧ ଭଗ୍ନ ଘରେ ମା ଓ ଝିଅଙ୍କ ଜୀବନ ବିତୁଛି। ସେହିପରି ଭାନୁ ବେହେରା ତାଙ୍କ ପଡିଶା ରହୁଥିବା ବେଳେ ସମାନ ପରିସ୍ଥିତିରେ ଚଳୁଛନ୍ତି । ଯାହା ଫଳରେ ସ୍ଥାନୀୟ ଚନ୍ଦ୍ରଶେଖର ବ୍ୟବସ୍ୟାୟୀ ସଂଘର ସଭାପତି ବୌଦ୍ୟନାଥ ଦାସଙ୍କ ପ୍ରଚେଷ୍ଟାରେ ନିଜ ବ୍ୟବସ୍ୟାୟୀ ମାନଙ୍କ ଠାରୁ ସଂଗୃହିତ ଅର୍ଥରେ ଘର ନିର୍ମାଣ କରିବାକୁ ଯୋଜନା କରିଥିଲେ ଏଥିପାଇଁ ଦୁଇ ପରିବାର ପାଇଁ ପ୍ରାୟ ୪୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମହେନ୍ଦ୍ରଗଡ ସ୍ଥିତ ତିଦ୍ଦତିୟ ଓଷି ଷ୍ଟେଫନ ସଂସ୍ଥାର ସଭାପତି ପେମା ଗିଲପୋଙ୍କ  ପ୍ରଚେଷ୍ଟାରେ ଆଠଟି ଟିଣ ମିଳିପରିଛି । ପ୍ରତି ଥର ନିର୍ବାଚିତ ସରପଞ୍ଚଙ୍କୁ ଅନେକ ଥର ଜଣାଇବା ପରେ ମଧ୍ୟ ଏମାନଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନଥିବା ଯୋଗୁଁ ହାତ ପାଣ୍ଠିରେ ଏବେ ଘର ନିର୍ମାଣ ଚାଲିଥିବା ପ୍ରକାଶ କରଛନ୍ତି ବ୍ୟବସ୍ୟାୟୀ ସଂଘର ସଭାପତି ବୌଦ୍ୟନାଥ ଦାସ । ଅନେକ ଗରୀବ ଅସହାୟ ଏବେ ବି ଅବହେଳିତ ଅବସ୍ଥାରେ ଥିବାରୁ ଖବର ପାଇଁ ସହାୟତା ପାଇଁ ସର୍ବଦା ଆଗ୍ରହୀ ଥିବା ବେଳେ ଅସହାୟ ବୃଦ୍ଧାଙ୍କ କଷ୍ଟ ଦେଖି ତିଦ୍ଦତୀୟ ଓଷି ଷ୍ଟେଫନ ସଂସ୍ଥା ଆଠଟି ଟିଣ ଯୋଗାଇଦେଇଛି ବୋଲି ତିଦ୍ଦତୀୟ ସ୍ବେଚ୍ଚାସେବୀ ମାନେ ପ୍ରକାଶ କରିଛନ୍ତି । ଶଶି ଦଳାଇ ଓ ଭାନୁ ବେହେରାଙ୍କ ପରିବାର ଲୋକେ ବ୍ୟବସ୍ୟାୟୀ ସଂଘ ଓ ତୀଦ୍ଦତୀୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories