www.samajalive.in
Tuesday, December 9, 2025
16.1 C
Bhubaneswar

ମହିଳା କଲେଜରେ ଇଂରାଜୀ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜର ଇଂରାଜୀ ସମ୍ମାନ ଶେଷ ଛାତ୍ରୀଙ୍କୁ ଶୁକ୍ରବାର ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଇଂରାଜୀ ବିଭାଗୀ ମୁଖ୍ୟ ଅଧ୍ୟାପିକା ବବିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ବିଦାୟୀ ଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଉଚ୍ଚତର ଶିକ୍ଷାଲାଭ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ପରାମର୍ଶ ଦେଇଥିଲେ । ନିଜର ଜ୍ଞାନ ଓ ଶିକ୍ଷାକୁ ବ୍ୟବହାର କରି ଜୀବନରେ କିପରି ଆଗକୁ ବଢି ପାରିବେ ଏବଂ ନିଜକୁ ଭଲ ମଣିଷ ଭାବେ ଗଢି ତୋଳିବେ ସେ ଦିଗରେ ପ୍ରୟାସ କରିବାକୁ ବିଭାଗୀୟ ମୁଖ୍ୟ ଶ୍ରୀମତୀ ସାହୁ ବୁଝାଇଥିଲେ। ଅନ୍ୟତମ ଅଧ୍ୟାପିକା ପ୍ରତିମା ସିଂହ ଛାତ୍ରୀମାନେ ନିଜର ଶିକ୍ଷାକୁ ଉପଯୋଗ କରି ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ୨ୟ ବର୍ଷର ଛାତ୍ରୀ ପ୍ରଜ୍ଞାରାଣୀ ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଥମ ବର୍ଷର ଛାତ୍ରୀ ସାଗରିକା ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରେଷ୍ଠ ପାଠଚକ୍ର ସଂପାଦିକା ଭାବେ ଶେଷ ବର୍ଷର ଛାତ୍ରୀ ସ୍ନେହାଶ୍ରୀ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories