www.samajalive.in
Sunday, December 7, 2025
15.1 C
Bhubaneswar

୧୨ ଦିନ ପରେ ସମ୍ବଲପୁରର ଆଉ ୨ଟି ଥାନାଞ୍ଚଳରୁ ହଟିଲା କର୍ଫ୍ୟୁ

ସମ୍ବଲପୁର : ସମ୍ବଲପୁରରେ ବିଗତ ୧୨ ଓ ୧୪ ତାରିଖରେ ହନୁମାନ ଜୟନ୍ତୀ ଉତ୍ସବ ସମୟରେ ହୋଇଥିବା ହିଂସାକାଣ୍ଡ ଓ ସାମ୍ପ୍ରଦାୟିକ ଅଶାନ୍ତିକୁ ଧ୍ୟାନରେ ରଖି ୧୪ – ୧୫ ତାରିଖ ମଧ୍ୟ ରାତ୍ରିରୁ ଜିଲା ପ୍ରଶାସନ ତରଫରୁ ସହରର ୬ଟି ଥାନାଞ୍ଚଳ ଟାଉନ, ଧନୁପାଲି, ଅଇଁଠାପାଲି, କ୍ଷେତରାଜପୁର, ବରେଇପାଲି ଓ ସଦର ଥାନାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା। ଏବେ ସହରର ସ୍ଥିତି ସୁଧୁରୁଥିବାରୁ କ୍ରମାଗତ ଭାବରେ କର୍ଫ୍ୟୁ ସମୟରେ କୋହଳ ଅବଧିକୁ ବୃଦ୍ଧି କରାଯାଇଥିବା ସହିତ ବିଗତ ୨୫ ତାରିଖ ରାତ୍ରିରେ କର୍ଫ୍ୟୁ ଲାଗିବାର ୧୦ ଦିନ ପରେ ସହରର ସଦର ଓ ବରେଇପାଲି ଥାନାଞ୍ଚଳରେ କର୍ଫ୍ୟୁକୁ ଉଠାଯାଇଥିଲା। ଏହି କ୍ରମରେ ଗୁରୁବାର ସଦର ଉପ ଜିଲାପାଳ ପ୍ରଭାସ ଦଣ୍ଡସନା ତାଙ୍କର ଚିଠି ସଂଖ୍ୟା ୨୯୨୭/ତା. ୨୭.୦୪.୨୦୨୩ ଅନୁଯାୟୀ ସମ୍ବଲପୁର ସହରର ଆଉ ୨ଟି ଥାନାଞ୍ଚଳ ଅଇଁଠାପାଲି ଓ କ୍ଷେତରାଜପୁର ଥାନାଞ୍ଚଳରୁ କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣା ଗୁଡିକୁ ହଟାଇ ଦେଇଛନ୍ତି। ଫଳରେ ଏହି ଥାନାଞ୍ଚଳ ଦ୍ୱୟରେ ଗୁରୁବାର ରାତ୍ରିରୁ କର୍ଫ୍ୟୁ ସମ୍ପୁର୍ଣ୍ଣ ହଟିଯାଇଛି। କିନ୍ତୁ ଏବେ ମଧ୍ୟ ସହରରେ ଥିବା ଟାଉନ ଓ ଥାନାଞ୍ଚଳରେ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିଛି। ତେବେ ମଙ୍ଗଳବାର ଠାରୁ କର୍ଫ୍ୟୁରେ ସକାଳ ୫ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ କୋହଳ ଜନତାଙ୍କୁ ଦିଆଯାଇଛି। ପ୍ରଶାସନ ଯେଭଳି ଭାବରେ ନିଷ୍ପତ୍ତି ନେଉଛି, ତାହା ସହରରେ ପୂର୍ବ ସ୍ୱାଭାବିକ ଅବସ୍ଥା ଫେରି ଆସୁଥିବାର ସୂଚନା ମିଳୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories