www.samajalive.in
Monday, December 8, 2025
13.1 C
Bhubaneswar

ଆଜି ବିଶ୍ବ ମେଲେରିଆ ଦିବସ :୨୦୨୭ ସୁଦ୍ଧା ମେଲେରିଆ ମୂଳୋତ୍ପାଟନ

ଭୁବନେଶ୍ବର : ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୨୦୩୦ ସୁଦ୍ଧା ମେଲେରିଆ ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ରଖିଛି। ରାଜ୍ୟ ସ୍ବାସ୍ଥ୍ୟବିଭାଗ ଆଉ ପାଦେ ଆଗକୁ ଯାଇ କେନ୍ଦ୍ର ସରକାରଙ୍କ ଆହ୍ବାନକ୍ରମେ ୨୦୨୭କୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛି। ଏହାସହିତ ଜାତୀୟ ହାର ତୁଳନାରେ ରାଜ୍ୟରେ ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ୨୦୧୬ରୁ ୨୦୨୩ ସୁଦ୍ଧା ୭ ବର୍ଷରେ ମେଲେରିଆରେ ୧୪୦ ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼ ଏବଂ ମାଲକାନଗିରି ସର୍ବାଧିକ ମେଲେରିଆପ୍ରବଣ ଜିଲା ଭାବେ ଶୀର୍ଷରେ ରହିଛି। ଏହି କାରଣରୁ ସ୍ବାସ୍ଥ୍ୟ ବିଭାଗ ନଜରରେ ସୀମାନ୍ତ ଏବଂ ପାହାଡ଼ିଆ ଅଞ୍ଚଳ ରହିଛି। ସ୍ଥିତିରେ ସୁଧାର ଆଣିବା ପାଇଁ ତୃଣମୂଳସ୍ତରରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶାକର୍ମୀ ସଚେତନତା ସୃଷ୍ଟି କରିବା ସହିତ ଔଷଧ ପ୍ରଦାନ କରୁଛନ୍ତି। ସେହିପରି ଦମନ କାର୍ଯ୍ୟକ୍ରମ ଜାରି ରହିଛି। ଅନ୍ୟପକ୍ଷରେ ୨୦୨୪-୨୫ ବର୍ଷ ପାଇଁ ୧.୬୫ କୋଟି ଔଷଧୀୟ ମଶାରି ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ ୨୦୧୬ରୁ ରାଜ୍ୟରେ କ୍ରମାଗତ ଭାବେ ମେଲେରିଆ ଆକ୍ରାନ୍ତ ଓ ତଦ୍‌ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଉଛି। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାବେଳେ ଜାତୀୟହାର ତୁଳନାରେ ମଧ୍ୟ କମ୍‌ ରହିଛି। ତେବେ ଦୁର୍ଗମ ଅଞ୍ଚଳରେ ମେଲେରିଆ ନିୟନ୍ତ୍ରଣକୁ ଆସୁ ନ ଥିବା ହେତୁ ଏସବୁ ଅଞ୍ଚଳରେ ମେଲେରିଆ ଦୂର ପାଇଁ ମେଲେରିଆ ନୋ ମୋର୍‌ (ଏମଏନଏମ) ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ପ୍ରାୟ ୪୮ ହଜାରୁ ଅଧିକ ଆଶାକର୍ମୀ ଘରକୁ ଘର ବୁଲି ସଚେତନ କରିବା ସହିତ ନିଧି ମଉସା ରଥ ମଧ୍ୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେହିପରି ଲୋକକଳା ମାଧ୍ୟମରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ସଚେତନତା ଜାରି ରହିଛି। ଦମନ କାର୍ଯ୍ୟକ୍ରମ ବି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories