କଳାପଥର(ବାଙ୍କୀ): କଳାପଥର-ଧଳାପଥର ହାଇସ୍କୁଲ ପରିସରରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କଳାପଥର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରିଚାଳିକା ଯାଜ୍ଞସେନୀ ଭଉଣୀ, ବରିଷ୍ଠ ନାଗରିକ ସଙ୍ଘ, ଅଂଚଳର ବୁଦ୍ଧିଜୀବୀ ପରିଷଦ, କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ରଣା, ପୂର୍ବତନ ପ୍ରଧାନଶିକ୍ଷକ ବଳରାମ ସାହୁ, ଧର୍ମୁଧର ଯୁଝିରସିଂ, ଶିକ୍ଷାବିତ ବସନ୍ତ ନାୟକ, ଶିକ୍ଷକ ନୀଳମଣି ଦାସ ଏବଂ ସମାଜସେବୀ ଯୁଗଳ କିଶୋର ସାହୁଙ୍କ ତତ୍ବାବଧାନରେ ଏହି ଶିବିର ଆୟୋଜନ କରାଯାଇଥିଲା। ଆଖି, ନାକ, ଗ୍ୟାସ, ଭେଷଜ ଏବଂ ଅସ୍ଥିଶଲ୍ୟ ସମେତ ମଧୁମେହ ରୋଗର ବିଭିନ୍ନ ବିଷଷଜ୍ଞଙ୍କ ଦ୍ଵାରା ୬୩୧ରୋଗୀଙ୍କୁ ଚିକିତ୍ସା କରଯାଇ ମାଗଣା ଔଷଧ ବଣ୍ଟନ କରାଯାଇଛି। ଯୁବ ସମାଜସେବୀ ନରେଶ ସାହୁ, ଜୟନ୍ତ ପ୍ରଧାନ, ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ରାଉତ, ନିମାଇ ବାରିକ ପ୍ରମୁଖଙ୍କ ସହଯୋଗରେ ଉକ୍ତ ଶିବିର ପରିଚାଳନା କରାଯାଇଥିଲା। କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟର ଏନସିସି ଛାତ୍ରମାନେ ଏହି ଶିବିରକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିଥିଲେ।
Popular Categories



