www.samajalive.in
Monday, December 8, 2025
17.1 C
Bhubaneswar

ସାମାନ୍ୟ ବର୍ଷାରେ ବିଦ୍ୟୁତ ଯୋଗାଣ ବନ୍ଦକୁ ନେଇ ଅସନ୍ତୋଷ

ସମ୍ବଲପୁର : ସମ୍ବଲପୁରରେ କାଳବୈଶାଖି ଯୋଗୁଁ ଶନିବାର ଅପରାହ୍ନରେ ବର୍ଷା ହୋଇଥିଲା। ଗତକାଲି ସହରରେ ଅପରାହ୍ନ ପ୍ରାୟ ୫ଟାରୁ ସାମାନ୍ୟ ପବନ ସହିତ ବର୍ଷା ହୋଇଥିଲା। ବର୍ଷା ଆରମ୍ଭ ହେବା ମାତ୍ରେ ସାରା ସହରରେ ବିଦ୍ୟୁତ ସରବରାହକୁ ବନ୍ଦ କରି ଦିଆଯାଇଥିଲା। ଏହି କ୍ରମରେ ଧନୁପାଲି ଗ୍ରୀଡ ଅଞ୍ଚଳରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏ ସର୍ମ୍ପକରେ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଇଥିବା ବେଳେ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ପରବର୍ତ୍ତୀ ସମୟରେ ୨ ଘଣ୍ଟାରେ ବିଦ୍ୟୁତ ସରବରାହ ଆସିବାର କତ୍ତୃପକ୍ଷ କହିଥିବା ବେଳେ କିନ୍ତୁ ବିଦ୍ୟୁତ ଯିବାର ୫ ଘଣ୍ଟା ପରେ ଆସିଥିଲା। ଫଳରେ ରାତ୍ର ପ୍ରାୟ ୧୧ଟା ପର୍ଯ୍ୟନ୍ତ ଧନୁପାଲି, ଗୋବିନ୍ଦତୋଲା, ମାନେଶ୍ୱର, ଭତରା, ପୁଟିବନ୍ଧ, କୁଲୁଥକାନୀ, ଚାରଭାଟୀ, ସିନ୍ଦରୁପଙ୍କ, ଜିଲାସ୍କୁଲ, କଚେରୀ ଆଦି ବିଭିନ୍ନ ଅଞ୍ଚଳରେ ଏହି ବିରାଟ ଜନବସତି ଅଞ୍ଚଳ ଅନ୍ଧକାରରେ ବୁଡି ରହିଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିବା ବେଳେ ଏହାକୁ ଖୋଲାଖୋଲି ଭାବରେ ଅବମାନା କରାଯାଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରାଯାଉଛି। ଏଣୁ ଲୋକେ ଅସହ୍ୟ ତାତିରେ ସିଝୁରବା ବେଳେ କେହି ଅସୁବିଧା ଶୁଣିବାକୁ ଇଚ୍ଛା ମଧ୍ୟ ନାହିଁ। ପୂର୍ବରୁ ଧନୁପାଲି ଗ୍ରୀଡରେ ଏକ ଯୋଗାଯୋଗ ନମ୍ବର ଥିବା ବେଳେ ତାହା ମଧ୍ୟ ଏବେ କାର୍ଯ୍ୟକ୍ଷମ ନୁହେଁ। ଏଣୁ ଜନତାଙ୍କ ସମସ୍ୟାକୁ ଧ୍ୟାନରେ ରଖି ସୁବ୍ୟବସ୍ଥା କରିବାକୁ ଧନୁପାଲି ନାଗରିକ ସମନ୍ୱୟ କମିଟି ତରଫରୁ ବିଜୁଳି ବିଭାଗକୁ ଚେତାବନୀ ଦିଆଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories