www.samajalive.in
Wednesday, December 10, 2025
18.1 C
Bhubaneswar

ପୁଲିସ-ଆଇନଜୀବୀ ବିବାଦ ; ପୁଲିସଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

କଟକ : ପୁଲିସ- ଆଇନଜୀବୀ ବିବାଦ ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କ ନିଲମ୍ବନ ଆଦେଶକୁ ଶନିବାର ପ୍ରତ୍ୟାହାର କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ (ଡିଜିପି) ଡ. ଆର.ପି ଶର୍ମାଙ୍କ ନିର୍ଦେଶକ୍ରମେ କଟକ ଡିସିପି ଅଖିଳେଶ୍ୱର ସିଂହ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ୪ ପୁଲିସ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏ ନେଇ କନଷ୍ଟେବଳ, ହାବିଲଦାର ଓ ସିପାହୀ ମହାସଂଘ ଡିଜିପିଙ୍କୁ ଧନ୍ୟବାଦ ଦେବା ସହ ଆନ୍ଦୋଳନ ନିଷ୍ପତ୍ତିରୁ ଓହରି ଯାଇଥିବା ସଂଘର ସଭାପତି ସନ୍ତୋଷ ଶତପଥୀ ସୂଚନା ଦେଇଛନ୍ତି।
ଅଗଷ୍ଟ ୨୭ତାରିଖରେ ପୁଲିସ-ଆଇନଜୀବୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଜଣେ ଆଇନଜୀବୀ ଚାଉଳିଆଗଞ୍ଜ ନୂଆବଜାର ବାଟ ଦେଇ ଆସିବା ସମୟରେ ତାଙ୍କ କାର୍‍ ୨ଜଣଙ୍କୁ ଧକ୍କା ଦେଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଭିଯୋଗରେ ଡିସିପି କନଷ୍ଟେବଳ ଦିଲ୍ଲୀପ କୁମାର ସାମଲ, ଉଦୟ ଭୂୟାଁ, ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଜଣେ ହୋମଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ମାତ୍ର ଘଟଣାର ସୂତ୍ରଧର ଥିବା ସମ୍ପୃକ୍ତ ଆଇନଜୀବୀଙ୍କ ନାମରେ ଥାନାରେ ମାମଲା ରହିଥିଲେ ସୁଦ୍ଧା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଘଟଣା ଉପୁଜିବା ଦିନ ଥାନାରେ ସମ୍ପୃକ୍ତ ଆଇନଜୀବୀ ଅଟକ ରହିଥିବା ବେଳେ କ’ଣ ପାଇଁ ତାଙ୍କୁ ଛାଡି ଦିଆଗଲା, ଏ ନେଇ ମହାସଂଘ ପ୍ରଶ୍ନ ଉଠାଇଛି। ସମ୍ପୃକ୍ତ ଆଇନିଜୀବୀଙ୍କୁ ତୁରନ୍ତ ଗିରଫ କରିବା ଓ ଅଭିଯୁକ୍ତଙ୍କୁୁ ଛାଡିଥିବା ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂଘ ଦାବି କରିଛି।
ଅକ୍ଟୋବର ୨୯ ତାରିଖରେ ହାଇକୋର୍ଟ ପରିସରରେ କେତେକ ଆଇନଜୀବୀ କାର୍ଯ୍ୟରତ କନଷ୍ଟେବଳ ସତ୍ୟ ନାରାୟଣ ଛୁଆଳ ସିଂହଙ୍କୁ ମାଡ ମାରିଥିବା ନେଇ ଲାଲବାଗ ଥାନାରେ ଅଭିଯୋଗ ହୋଇଥିଲା। ଆଡଭୋକେଟ୍‍ ଜେନେରାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିବାବେଳେ ସତ୍ୟ ନାରାୟଣଙ୍କୁ ମାଡ ମରାଯାଇଥିଲା। ଏହାକୁ ବିରୋଧ କରି ଆସନ୍ତା ୪ରୁ ରାଜ୍ୟ ବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ମହାସଂଘ ନିଷ୍ପତ୍ତି ନେଇଥିଲା। ତେବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବା ପରେ ମହାସଂଘ ଆନ୍ଦୋଳନରୁ ଓହରି ଯାଇଥିବା ସଭାପତି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories