www.samajalive.in
Tuesday, December 9, 2025
17.1 C
Bhubaneswar

ମହାରାଷ୍ଟ୍ରରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା

ମୁମ୍ବଇ- ମହାରାଷ୍ଟ୍ରର ଖାରଗରରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି ।ଖାରଗରରେ ଏକ ସଭାରେ ଲକ୍ଷ ଲକ୍ଷ ଲୋକ ପହଞ୍ଚିଥିବା ବେଳେ ପ୍ରଚଣ୍ଡ ଖରା ଯୋଗୁଁ ଅନେକ ଲୋକଙ୍କର ଅଂଶୁଘାତ ହୋଇଥିଲା । ଏଥିରେ ଅନେକ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ଅସୁସ୍ଥ ହୋଇପଡିଥିଲେ । ୫୦ରୁ ଅଧିକ ଲୋକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାରରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମଣିଷର ଶରୀରର ତାପମାତ୍ରା ୪୦ ଡିଗ୍ରୀ ପହଞ୍ଚିଗଲେ ବିଭିନ୍ନ ଅଙ୍ଗ ଅକାମୀ ହେବା ସହ କୋମାକୁ ଚାଲିଯିବାର ସମ୍ଭାବନା ରହିଥାଏ। ଏଥିରେ ଲୋକଙ୍କର ମୃତ୍ୟୁ ହୋଇଥାଏ । ଏହି ସଭାରେ ୩ ଲକ୍ଷ ଲୋକ ସାମିଲ ହୋଇଥିବା ବେଳେ ପ୍ରଚଣ୍ଡ ଖରାରେ ବିନା ଛାମୁଣ୍ଡିଆରେ ଏମାନେ ବସିଥିଲେ । ଏଥିପାଇଁ ଅଂଶୁଘାତରେ ଅନେକଙ୍କ ମୃତ୍ୟୁ ହୋଇଛି ।

- Advertisement -

ଏବେ ଓଡିଶାରେ ତାପମାତ୍ରା ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ । ସକାଳୁଆ ସ୍କୁଲ୍‌ କରାଯାଇଛି । ମାତ୍ର ଦୂରରୁ ଆସୁଥିବା ଛାତ୍ର ଛାତ୍ରୀ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରୀଷ୍ମତାପରୁ ରକ୍ଷାପାଇଁ ଲୋକଙ୍କୁ ସଚେତନ କରାଯାଉଛି । ବିଭିନ୍ନ ସ୍ଥାନରେ ଜଳଚ୍ଛତ୍ର ସହ ଅନ୍ୟ ବ୍ୟବସ୍ଥା କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories