www.samajalive.in
Monday, December 8, 2025
17.1 C
Bhubaneswar

ପେଟ ବିକଳରେ ଦାଦନ ଖଟିବାକୁ ଯାଉଛନ୍ତି ନିର୍ବାଚିତ ନେତା

ଦେଓଗାଁ : ରାଜ୍ୟ ଏବଂ କେନ୍ଦ୍ର ସରକାର ସମାଜର ଅବହେଳିତ ବର୍ଗ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ସାଧାରଣ ଲୋକଙ୍କୁ ବିଭିନ୍ନ ସ୍ବପ୍ନ ଦେଖାଇଥାନ୍ତି। କିନ୍ତୁ ତୃଣମୂଳ ସ୍ତରରେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହାକୁ ତଦାରଖ କରିବାକୁ ଭୁଲିଯାଆନ୍ତି। ଏଠି ସରକାରୀ ଯୋଜନା ଯୋଜନାରେ ରହିଯାଉଛି। ଦାଦନ ଗଡ଼ ଭାବେ ପରିଚିତ ଥିବା ବଲାଙ୍ଗୀର ଜିଲାରୁ କେବଳ ଗରିବ ମଜୁରିଆ ପୂର୍ବରୁ ଦାଦନ ଖଟି ଯାଉଥିଲେ। ହେଲେ ଏହି ଦାଦନଙ୍କ ସହ ସାମିଲ ହେଲେଣି ନିର୍ବାଚିତ ଜନ ପ୍ରତିନିଧି। ହଜାର ହଜାର ଭୋଟରେ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିବା ନେତା ସାଧାରଣ ଜନତା ସହ ପେଟକୁ ଦାନା ଦେବା ପାଇଁ ନିଜ ଭିଟାମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଘଟଣା ବୁଦ୍ଧିଜୀବୀ ମହଲକୁ ବ୍ୟଥିତ କରିଛି। ବର୍ଷେ ତଳେ ଦେଓଗାଁ ବ୍ଲକ କୁଳୁତାପଡା ପଞ୍ଚାୟତ ଖଇରଗୁରା ଗାଁର ଦେଓଗାଁ ବ୍ଲକ ଉପାଧ୍ୟକ୍ଷ ରାଜୁ ବାଗ ଦାଦନ ଖଟିବାକୁ ଯାଇଥିଲେ। ସେ ଆଜି ପର୍ଯ୍ୟନ୍ତ ଫେରି ନ ଥିବା ବେଳେ ଏବେ ଟିଟିଲାଗଡ଼ ସମିତି ସଭ୍ୟ ଦାଦନ ଖଟି ଯିବା ଘଟଣା ବଲାଙ୍ଗୀର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁର୍ଡା ପଞ୍ଚାୟତରୁ ଆସିଛି ଏଭଳି ଖବର। ସୁର୍ଡା ପଞ୍ଚାୟତର ବିକାଶ ପାଇଁ ୨୦୨୨ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ପ୍ରାର୍ଥୀ କମଲେସ ସୁନା ନିର୍ବାଚନ ଲଢ଼ି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ହେଲେ ପେଟ ପାଟଣା ପାଇଁ ଭିଟାମାଟି ଛାଡି ନିଜ ପତ୍ନୀଙ୍କ ସହ ଏବେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ୪ ବର୍ଷର ଏକମାତ୍ର ପୁଅକୁ ନିଜ ଶ୍ଵଶୁର ଘରେ ଛାଡି ଯାଇଛନ୍ତି। ଏପଟେ ଘରେ କମଲେସଙ୍କ ବୃଦ୍ଧ ପିତା କୈବଲ୍ୟ ସୁନା ଓ ମାଆ ଅଦୂର୍ବା ସୁନା ପୁଅ, ବୋହୂ ଓ ନାତିକୁ ଝୁରି ହେଉଛନ୍ତି। ଭଲରେ ଦୁଇ ମୁଠା ଖାଇବାକୁ ମଧ୍ୟ ସେମାନଙ୍କୁ ମିଳୁନାହିଁ। ଜଣେ ସମିତିସଭ୍ୟ ଭାବେ ନିଜ ପଞ୍ଚାୟତର ହଜାର ହଜାର ପରିବାରର ଦୁଃଖ ବୁଝିବା କଥା, ହେଲେ ପରିସ୍ଥିତି ଯୋଗୁ ନିଜେ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି।

- Advertisement -

ଗତ ଫେବୃଆରୀ ପଞ୍ଚାୟତ ନିର୍ବାଚନରେ କମଲେସ ସମିତସଭ୍ୟ ପ୍ରାର୍ଥୀ ହୋଇଥିଲେ। ସେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ତାଙ୍କୁ ଅଜଣା ସ୍ଥାନକୁ ନେଇ ମାସେରୁ ଊର୍ଦ୍ଧ୍ବ କାଳ ଗୁପ୍ତ ରଖାଯାଇଥିଲା। ପରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପରେ ତାଙ୍କୁ ଘରକୁ ଆଣି ଛଡ଼ା ଯାଇଥିଲା। ତା’ପରେ ତାଙ୍କୁ କେହି ପଚାରି ନ ଥିଲେ। ଏପରିକି ପଲିଥିନ ତଳେ ତାଙ୍କ ପରିବାର ରହୁଛନ୍ତି। ତାଙ୍କୁ ମଞ୍ଜୁର ହୋଇଥିବା ସରକାରୀ ଆବାସ ମଧ୍ୟ କାଟି ଦିଆଯାଇଛି। ଆବାସ ତାଲିକା ପାଇବା ପରେ ଘରର କିଛି ମୂଲ୍ୟବାନ ଜିନିଷ ବନ୍ଧା ପକାଇ ୬୦ ବସ୍ତା ସିମେଣ୍ଟ କିଣିଥିଲେ, ହେଲେ ତାଙ୍କ ଆବାସକୁ କଟାଯିବା ପରେ କିଣିଥିବା ସିମେଣ୍ଟ ବେକାର ପଡ଼ି ପଥର ହୋଇଗଲାଣି। ଖାଲି ଏହି ଦୁଇ ଜଣ ରାଜନେତା ନୁହନ୍ତି ବଲାଙ୍ଗୀର ଜିଲାରେ ଏବେ ଏମିତି ଅନେକ ସମିତି ସଭ୍ୟ ଅଛନ୍ତି ଯେଉଁମାନେ ନିର୍ବାଚନରେ ବିଜୟୀ ହେବା ପରେ ଜିଲା ଓ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି। ବ୍ଲକ ଅଧ୍ୟକ୍ଷମାନେ ମଲାମାଲ ହେଉଥିବା ବେଳେ ତାଙ୍କୁ ଭୋଟ ଦେଇଥିବା ସମିତି ସଭ୍ୟ ପାଲଟିଛନ୍ତି ଦାଦନ ଶ୍ରମିକ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories