www.samajalive.in
Tuesday, December 9, 2025
17.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୮.୦୪.୨୦୨୩)

ମେଷ : ଏକାନ୍ତରେ ମୌନ ରହି ତପ ସାଧନାରେ ନିମଗ୍ନ ହୋଇପାରନ୍ତି। ରାଜଯୋଗ ଅଛି। ଅସାଧ୍ୟ ସାଧନ କରିପାରନ୍ତି। ଜଣେ ସମ୍ମାନାସ୍ପଦ ବ୍ୟକ୍ତିଭାବେ ଜନସାଧାରଣଙ୍କ ବିଶ୍ବାସର ପାତ୍ର ହେବେ। ଜ୍ଞାନୀ ହେବେ।

ବୃଷ : ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ଧନ ବୃଦ୍ଧି ଲାଭର ସୂଚନା ମିଳୁଛି। ଆପଣଙ୍କ କାର୍ଯ୍ୟକଳାପ ଓ ଚାଲିଚଳନ ଜଣେ ମହାନ୍‌ ବ୍ୟକ୍ତିବିଶେଷର ପରିଚୟ ସୃଷ୍ଟି କରିବେ। ଶ୍ରେଷ୍ଠାସନରେ ଆସୀନ ହେବେ।

ମିଥୁନ : ଜଣେ ବିବେକୀ ବ୍ୟକ୍ତିଭାବେ ସତ୍ୟର ପୁଜାରୀ ହେବେ। ନର ପ୍ରଧାନ ହେବେ। ଦେଖା ଦେଇଥିବା ସମସ୍ତ କଳ୍ମଷର ବିଲୋପ ଘଟିବ। ଆୟୁଷ୍ମାନ୍‌ ହେବେ। ଦୟାଳୁ ବ୍ୟକ୍ତିଭାବେ ପୂଜ୍ୟପୂଜାର ଆଧାର ହେବେ।

କର୍କଟ : ଶୌର୍ଯ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସ କରିପାରନ୍ତି। ଉପକାରୀଙ୍କଠାରେ କୃତଜ୍ଞ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ସୁବକ୍ତା ହୋଇପାରନ୍ତି। ବୁଦ୍ଧିମାନ୍‌ ହେବେ। ଧର୍ମ ମାର୍ଗରେ ଗତି କରିବେ।

ସିଂହ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ନେହୀ ବ୍ୟକ୍ତିଭାବେ ଲୋକପୂଜ୍ୟ ହେବେ। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ।

କନ୍ୟା : ବିଭିନ୍ନ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଜନକଲ୍ୟାଣରେ ନିଜକୁ ନିୟୋଜିତ କରୁଥିବାରୁ ରାଜପୂଜା ମିଳିବ। ବାଣିଜ୍ୟ କାରବାର ଲାଭଦାୟକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ।

ତୁଳା : ବଦ୍‌ଖର୍ଚ୍ଚ ପ୍ରତି ସଚେତନ ହେବେ। ଭାଇଙ୍କ ଉପରେ ଶ୍ରଦ୍ଧା ଭାବ ରହିବ। ଆୟୁଷ୍ମାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟ ହେବେ।

ବିଛା : ନିଃସର୍ଗ ସୁଖର ଅଧିକାରୀ ହେବେ। ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ଶାସ୍ତ୍ର ବିଚକ୍ଷଣ ହେବେ। ଆକସ୍ମିକ ଧନ ଲାଭ ହେବ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନ ଲାଭ ହେବ।

ଧନୁ : ଆପଣଙ୍କ ବକ୍ତବ୍ୟ ଜନମାନସକୁ ପ୍ରଭାବିତ କରିପାରେ। ଉଚ୍ଚାସନରେ ଗାଦିନସୀନ ହୋଇପାରନ୍ତି। ବିଭୁକୃପା ଲାଭ କରିବେ। ଦେବ ଗୁରୁ ପ୍ରସନ୍ନ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଦାନୀ ହେବେ।

ମକର : ବିଳାସବ୍ୟସନରେ କିଛି ସମୟ ମଜ୍ଜି ରହିବେ। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ୍ତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ସମ୍ମାନ ପାଇବେ।

କୁମ୍ଭ : ଭୂଖଣ୍ଡର ଅଧିପତି ହୋଇପାରନ୍ତି। ତେଜିୟାନ୍‌ ହେବେ। ଧର୍ମମତି ହେବେ। ଜନବଲ୍ଲଭ ହେବେ। ସୌଭାଗ୍ୟାଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସହନଶୀଳ ଓ ବିଦ୍ୟାପ୍ରେମୀ ହେବେ।

ମୀନ : ସୁକୁମାର ରୂପ ସମ୍ପନ୍ନ ହେବେ। କୀର୍ତ୍ତିମାନ୍‌ ହେବେ। ଲୋଭହୀନ ହୋଇପାରନ୍ତି। ଅଳ୍ପରେ ସନ୍ତୁଷ୍ଟ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories