www.samajalive.in
Tuesday, December 9, 2025
17.1 C
Bhubaneswar

ଚେନ୍ନଇର ରୋମାଞ୍ଚକର ବିଜୟ

ବାଙ୍ଗାଲୋର  : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୧୬ରେ ଚେନ୍ନଇ ସୁପରକିଙ୍ଗ୍‌ସ ତୃତୀୟ ବିଜୟ ହାସଲ କରିଛି। ସୋମବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ସୋମବାର ଖେଳାଯାଉଥିବା ୨୪ତମ ଲିଗ୍‌ ମ୍ୟାଚରେ ଚେନ୍ନଇ ୮ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି।
ଚେନ୍ନଇ ସୁପରକିଙ୍ଗ୍‌ସ ବିଜୟ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ୨୨୭ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଆରସିବି ଗ୍ଲେନ ମ୍ୟାକ୍ସୱେଲଙ୍କ ୭୬ ଓ ଡୁପ୍ଲେସିଙ୍କ ୬୨ରନ ସତ୍ତ୍ବେ ବିଜୟଠାରୁ ୯ରନ ଦୂରରେ ରହିଯାଇଥିଲା। ଚେନ୍ନ୍ଇ ୫ଟି ମ୍ୟାଚରୁ ୩ୟ ବିଜୟ ହାସଲ କରିଥିବାବେଳେ ଆରସିବି ସମାନ ସଂଖ୍ୟକ ମ୍ୟାଚରୁ ୩ୟ ପରାଜୟ ବରଣ କରିଛି।
ଚେନ୍ନଇ ସୁପରକିଙ୍ଗ୍‌ସ ଡିଭନ କନ୍‌ୱେଙ୍କ ୮୩ ଓ ଶିଭମ ଦୁବେଙ୍କ ୫୨ରନ ବଳରେ ୨୨୬ରନ କରିଥିଲା। ୨୨୭ରନର ବିଶାଳ ବିଜୟ ଲକ୍ଷ୍ୟକୁ ଆରସିବି ପିଛା କରିବାକୁ ଯାଇ ୧୫ରନରେ ଦୁଇଟି ୱିକେଟ ହରାଇଥିଲା। ବିରାଟ କୋହଲି ୬ ଓ ମହିପାଲ ଲୋମାର ବିନା ରନରେ ଆଉଟ୍‌ ହୋଇଥିଲେ। ୩ୟ ୱିକେଟ ପାଇଁ ଫ୍ଲାଫ ଡୁପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲ ୧୨୬ରନ ସଂଗ୍ରହ କରିଥିଲେ। ସ୍କୋର ୧୪୧ରନ ଥିବାବେଳେ ମ୍ୟାକ୍ସୱେଲ ୭୬ରନ କରି ଆଉଟ୍‌ ହୋଇଥିଲେ। ଡୁପ୍ଲେସି ମଧ୍ୟ ସ୍କୋର ୧୫୯ରନ ଥିବାବେଳେ ୬୨ରନ କରି ଆଉଟ୍‌ ହୋଇଥିଲେ। ଆରସିବିକୁ ଶେଷ ୪ ଓଭରରୁ ୪୬ରନ ଆବଶ୍ୟକ ଥିଲା। ଶେଷରେ ଦଳ ୨୧୮ରନ କରିବାକୁ ସକ୍ଷମ ହୋଇଥିଲା। ଦିନେଶ କାର୍ତ୍ତିକ ୨୮, ସାହାବାଜ୍‌ ଅହମ୍ମଦ ୧୮, ସୁୟାଶ ପ୍ରଭୁଦେଶାଇ ୧୯ରନ କରି ଆଉଟ୍‌ ହୋଇଥିଲେ। ସିଏସ୍‌କେ ପକ୍ଷରୁ ତୁଷାର ଦେଶପାଣ୍ଡେ ୩ଟି ୱିକେଟ ନେଇଥିଲେ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫର୍ମରେ ଥିବା ଓପନର ଋତୁରାଜ ଗାଏକ୍ବାର୍ଡ ମାତ୍ର ୩ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ଡିଭନ୍‌ କନ୍‌ୱେ ଓ ଆଜିଙ୍କ୍ୟ ରାହାଣେ ଦ୍ବିତୀୟ ୱିକେଟରେ ୭୪ରନ ସଂଗ୍ରହ କରିଥିଲେ। ସ୍କୋର ୯୦ରନ ଥିବାବେଳେ ରାହାଣେ ୩୭ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟ ପାଇଁ କନ୍‌ୱେ ଓ ଶିଭମ ଦୁବେ ୮୦ରନ ଯୋଡିଥିଲେ। ସ୍କୋର ୧୭୦ରନ ଥିବାବେଳେ କନ୍‌ୱେ ୮୩ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟର ପତନ ଶୀଘ୍ର ଘଟିଥିଲା। ୧୭୮ରନ ସ୍କୋର ଥିବାବେଳେ ଦୁବେ ୫୨ରନ କରି ଆଉଟ୍‌ ହୋଇଥିଲେ। ୫ମ ୱିକେଟ ପାଇଁ ଅମ୍ବାତି ରାଇଡୁ ଓ ମୋଇନ୍‌ ଅଲ୍ଲୀ ୨୦ରନ ଯୋଡିଥିଲେ। ୧୯୮ରନ ସ୍କୋର ଥିବାବେଳେ ରାଇଡୁ ୧୪ରନ କରିଥିଲେ। ରବୀନ୍ଦ୍ର ଜାଡେଜା ୧୦ ରନ କରି ଆଉଟ୍‌ ହୋଇଥିଲେ। ମୋଇନ୍‌ଙ୍କ ୯ଟି ବଲରୁ ଅପରାଜିତ ୧୯ରନ ବଳରେ ଚେନ୍ନଇ ୬ ୱିକେଟ ହରାଇ ୨୨୬ରନ କରିବାରେ ସକ୍ଷମ ହୋଇଥିଲା। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୧ରନ କରି ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ମହମ୍ମଦ ସିରାଜ୍‌, ୱାର୍ଣ୍ଣ ପାର୍ନେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories