mission shakti banner

କିଡନୀ ଯୋଗାଇବା ନାଁରେ ଟଙ୍କା ନେଇ ଠକିଥିବା ଅଭିଯୁକ୍ତ ଗିରଫ

BSKY banner  750×100

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ବଡଭୂଇଁ ଗ୍ରାମର ଜଣେ କିଡନୀ ରୋଗୀଙ୍କୁ କିଡନୀ ଯୋଗାଇ ଦେବାକୁ ପ୍ରଲୋଭନ ଦେଖାଇ ୨.୨୦ ଲକ୍ଷ ଟଙ୍କା ଠକି ନେବା ଘଟଣାରେ ଅଭିଯୁକ୍ତ ସୁଶାନ୍ତ ପାତ୍ରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ସୁଶାନ୍ତ ବଡଭୂଇଁ ଗ୍ରାମର ଦୁଇଟିଯାକ କିଡନୀ ନଷ୍ଟ ହୋଇଥିବା ରୋଗୀ ରାଜୀବ ଦାଶଙ୍କୁ କିଡନୀ ଯୋଗାଇ ଦେବାକୁ କହି ଦୁଇଲକ୍ଷ କୋଡିଏ ହଜାର ଟଙ୍କା ନେଇ କିଡନୀ ଯୋଗାଇ ନଥିଲେ କି ନେଇଥିବା ଅର୍ଥ ଫେରସ୍ତ କରିନଥିଲେ । ଅପରପକ୍ଷେ ସୁଶାନ୍ତଙ୍କ ବାପା ରାଜୀବଙ୍କୁ ୨.୧୦ ଲକ୍ଷ ଟଙ୍କାର ଏକ ଚେକ୍ ଦେଇଥିଲେ ଯାହାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଆକାଉଣ୍ଟରେ ଟଙ୍କା ନଥିବା ଦର୍ଶାଇ ଫେରାଇ ଦେଇଥିଲେ । ରାଜୀବଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାଶ ଗୁରୁବାର ଏ ସମ୍ପର୍କରେ ଆଠଗଡ ଥାନାରେ ଏକ ଏତଲା ଦେଇଥିଲେ। ଆଠଗଡ଼ ଥାନା କେସ୍ ନଂ ୬୯/୨୩ ମତେ ଧାରା ୪୧୭, ୪୨୦, ୪୬୫, ୪୭୧, ୪୬୮, ୨୯୪, ୫୦୬ ଅନୁଯାୟୀ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଶୁକ୍ରବାର ଅପରାହ୍ନରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ସୁଶାନ୍ତର ବାପା ସାଧୁ ଚରଣ ପାତ୍ର ରାଜୀବଙ୍କୁ ଦେଇଥିବା ଦୁଇ ଲକ୍ଷ ଦଶ ହଜାର ଟଙ୍କାର ଚେକ୍ ବାଉଁନ୍ସ କରିଥିବାରୁ ତାଙ୍କ ବିରୋଧରେ ଏନଆଇ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡିତ ପରିବାର ପକ୍ଷରୁ ଦାବି କରାଯାଇଛି।

Comments are closed.