ଲକ୍ଷ୍ମୀପୁର: କୋରାପୁଟ ଜିଲା ଜୟପୁର ଠାରେ ଥିବା ରାଜ୍ୟ ପରିବହନ ନିଗମ ବିଭାଜନରୁ କଟକ ପର୍ୟ୍ୟନ୍ତ ପ୍ରାୟ ୫୫୦ କିଲୋମିଟର ରୁ ଊର୍ଦ୍ଧ୍ବ କିଲୋମିଟର ପର୍ୟ୍ୟନ୍ତ ଚଳାଚଳ କରୁଛି ଏକ ସରକାରୀ ବସ। ଏହି ପଥରେ ପ୍ରାୟ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ଚଳାଚଳ କରୁଛି ଏହି ବସ। ଏହା ଛଡ଼ା ଏହି ରାସ୍ତାରେ ପ୍ରତିଦିନ ଅନେକ ବିଳାସ ପୂର୍ଣ୍ଣ ଘରୋଇ ବସ୍ ମଧ୍ୟ ଚାଲୁଛି। ସେହିପରି ଭୁବନେଶ୍ଵର ଠାରୁ ଜଗଦଲପୁର ପର୍ୟ୍ୟନ୍ତ ମଧ୍ୟ ହୀରାଖଣ୍ଡ ଟ୍ରେନ୍ ପ୍ରତିଦିନ ଯାତାୟାତ କରୁଛି। ରେଳ ଯାତ୍ରାକୁ ପସନ୍ଦ କରୁଥିବା ଯାତ୍ରୀ ମାନେ ରେଳ ଗାଡିରେ ଯାତ୍ରା କରୁଥିବା ବେଳେ ବସ ଯାତ୍ରାକୁ ପସନ୍ଦ କରୁଥିବା ଯାତ୍ରୀ ମାନେ ମଧ୍ୟ ବସ ଯାତ୍ରାକୁ ପସନ୍ଦ କରନ୍ତି। ଏହା ଭାରତର ଅନେକ ଯାତ୍ରୀ ସରକାରୀ ବସରେ ଯାତାୟାତ ପାଇଁ ପସନ୍ଦ କରନ୍ତି।
କିନ୍ତୁ ଜୟପୁରରୁ ଭାୟା କୋରାପୁଟ, ଲକ୍ଷ୍ମୀପୁର, ରାୟଗଡ଼ା ହୋଇ କଟକ ଯାତାୟାତ କରୁଥିବା ୫୫୦ କିଲୋମିଟର ରୁ ଊର୍ଦ୍ଧ୍ବ ଦୂର ପଥ ଏହି ପଥରେ ଯେଉଁ ସରକାରୀ ବସଟି ରାଜ୍ୟ ପରିବହନ ବିଭାଗର ଜୟପୁର ବିଭାଜନରୁ ଚଳାଚଳ କରୁଛି ସେଥିମଧ୍ୟରେ ଦିନେ ଛାଡ଼ି ଦିନେ ଏକ ଧତରା ବସ ଯାତାୟାତ କରୁଥିବା କାରଣରୁ ଯାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେଉଁଥିପାଇଁ ଯାତ୍ରୀ ମାନେ ଯାତାୟାତ ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହିତ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ପାରିବେ କି ନାହିଁ ସେନେଇ ମଧ୍ୟ ଚିନ୍ତିତ । ୧୨ ତାରିଖରେ ଜୟପୁରରୁ ବାହାରି ଥିବା ବସର ଡ୍ରାଇଭରଙ୍କୁ ଏନେଇ ପଚାରିବାରୁ ଉତ୍ତର ମିଳିଥିଲା ଆମେ କଣ କରିବୁ ଆଜ୍ଞା। ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ନିଗମ ଉଚ୍ଚ କର୍ତ୍ତୃପକ୍ଷ ଏଥିର ପ୍ରତିକାର ପାଇଁ ଯାତ୍ରୀ ମହଲରୁ ଦାବୀ ହେଉଛି।
ବସ ଅବସ୍ଥା ଶୋଚନୀୟ ; ଯାତ୍ରୀ ହନ୍ତସନ୍ତ
Popular Categories



