www.samajalive.in
Tuesday, December 9, 2025
15.1 C
Bhubaneswar

ଦୁର୍ଦ୍ଦାନ୍ତ ଅବନୀକୁ ହତ୍ୟା

ମୁମ୍ବଇ: ମହାରାଷ୍ଟ୍ରର ୟାଭାତମାଲ୍‍ରେ ବାଘୁଣୀ ‘ଅବନୀ’କୁ ହତ୍ୟା କରାଯାଇଛି। ଗତ ଦୁଇ ବର୍ଷ ଭିତରେ ଅବନୀ ଅନ୍ୟୁନ ୧୩ ଜଣଙ୍କ ମାରି ଖାଇଥିବା ଅଭିଯୋଗ ଆସିଛି। ଏବେ ଅବନୀର ଦୁଇଟି ୧୦ ମାସର ଶାବକ ଅଛନ୍ତି।
ଜଣକ ପରେ ଜଣଙ୍କୁ ମାରି ଖାଇବା ପରେ ଅବନୀ(ଟିଆଇ)କୁ ହତ୍ୟା କରାଯାଇପାରେ ବୋଲି ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବର ମାସରେ ଚେତାବନୀ ଦେଇଥିଲେ। ଅବନୀକୁ ମାରିବା ପାଇଁ ଅନ୍‍ଲାଇନରେ ଆବେଦନ ମଧ୍ୟ ଆସିଥିବା ସୁପ୍ରିମକୋର୍ଟ ଦର୍ଶାଇଥିଲେ।
ବାଘୁଣୀ ଅବନୀକୁ ଧରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପକରଣରେ ସଜ୍ଜିତ ୧୫୦ ଜଣିଆ ଟିମ୍‍ ଗତ ତିନି ମାସ ହେଲା ଉଦ୍ୟମ କରିଆସୁଥିଲେ। ସେହି ଟିମ୍‍ରେ ଶିକାରୀ, ବିଶେଷଜ୍ଞ, ବନକର୍ମଚାରୀ ଓ ତାଲିମ ପ୍ରାପ୍ତ ହାତୀଙ୍କୁ ସାମିଲ୍‍ କରାଯାଇଥିଲା। ବାଘୁଣୀ ଉପରେ ନଜର ରଖିବା ପାଇଁ ଡ୍ରୋନ୍‍, ସିସିଟିଭି ଲଗାଯାଇଥିଲା। କିନ୍ତୁ ଗତ ଶୁକ୍ରବାର ସନ୍ଧ୍ୟରେ ଅବନୀକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସାର୍ପସୁଟର ସାହାଫତ୍‍ ଅଲ୍ଳୀ ଖାନ୍‍ଙ୍କ ଗୁଳିରେ ଅବନୀ ପ୍ରାଣ ହରାଇଥିବା କୁହାଯାଉଛି।
ଅବନୀ ରହୁଥିବା ଜଙ୍ଗଲରେ ୧୩ ଜଣଙ୍କ ମୃତ ହେଦ ଉଦ୍ଧାର କରାଯାଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୫ ଜଣ ଅବନୀ ଆକ୍ରମଣରେ ମରିଥିବା ବିଶେଷଜ୍ଞମାନେ କହିଥିଲେ। ତେଣୁ ସେଠାରେ ଅନ୍ୟ ଏକ ବାଘ ଥାଇପାରେ ବୋଲି ବନ ବିଭାଗ କର୍ମଚାରୀମାନେ ଅନୁମାନ କରିଥିଲେ। ସେହି ବାଘ ହିଁ ଅନ୍ୟ ୮ ଜଣଙ୍କ ପ୍ରାଣ ନେଇଥିବା ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଇଥିଲା। କିନ୍ତୁ ଅବନୀ ହିଁ ସମସ୍ତଙ୍କୁ ମାରିଥିବା ସ୍ଥାନୀୟ ଲୋକେ ଆବେଦନ କରିଥିଲେ। ଏହାପରେ ଅବନୀକୁ ମାରିବା ପାଇଁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଏକ ଆବେଦନ ଦାୟର କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories