www.samajalive.in
Monday, December 8, 2025
20.1 C
Bhubaneswar

ସ୍ୱାସ୍ଥ୍ୟ ଉପକାରୀ ବାସି ପଖାଳ..

ବାସି ଖାଦ୍ୟ ସାଧାରଣତଃ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗ୍ରହଣୀୟ ନୁହେଁ। ମାତ୍ର ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହି କାରଣରୁ ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଦେଶର ଅନେକ ସ୍ଥାନରେ ଖରାର ଆରମ୍ଭରେ ବାସି ଭାତ ଖାଇବାର ପରମ୍ପରା ରହିଛି। ବିଶେଷ କରି ଖରାଦିନେ ଅଧିକାଂଶ ପଖାଳ ଖାଇବାକୁ ପସନ୍ଦ କରିଥାଆନ୍ତି। ପଖାଳର ବିଶେଷ ଗୁଣ କାରଣରୁ ପଖାଳ ଦିବସ ମଧ୍ୟ ପାଳନ କରାଯାଏ। ଏପରି କି ହୋଟେଲ ମାନଙ୍କରେ ମଧ୍ୟ ବିଭିନ୍ନ ଶୈଳୀରେ ପଖାଳ ପ୍ରସ୍ତୁତ କରାଯାଉଛି। ଜାଣନ୍ତୁ ଏହି ପଖାଳ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ..

ପଖାଳ ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଉପକାରୀ। ଏହି ପଖାଳ ଭାତ ଖାଇବା ଦ୍ୱାରା ପେଟ ଥଣ୍ଡା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶରୀରର ତାପମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ। ଭାତରେ ପାଣି ପୁରାଇ ଏହାକୁ ରାତି ସାରା ରଖି ପରଦିନ ଖାଇବା ଦ୍ୱାରା ଏହା ଖଣିଜ ପଦାର୍ଥରେ ଭରପୁର ହୋଇଥାଏ। ଏହା ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ। ଏହି ପଖାଳ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ପଖାଳ ସେବନ ଦ୍ୱାରା ଶରୀରକୁ କାମ କରିବାକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ। ଥକ୍କାପଣ ଅନୁଭବ ହୋଇନଥାଏ।

- Advertisement -

ପଖାଳ ଭାତ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି।

ଆମେ ଯେତେବେଳେ ୧୦୦ଗ୍ରାମ ଭାତ ରୋଷେଇ କରିଥାଉ ସେଥିରେ ୩.୪ ମିଲିଗ୍ରାମ ଆଇରନ ରହିଥାଏ। ଯଦି ସମାନ ପରିମାଣର ବାସୀ ଭାତରେ ପାଣି ମିଶାଯାଏ  , ତେବେ ସେଥିରେ ଆଇରନର ମାତ୍ରା ବୃଦ୍ଧି ପାଇ ୭୩.୯୧ ମିଲିଗ୍ରାମ ହୋଇଯିବ। ଏହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ।

ଏହାସହ ପଖାଳ ଭାତରେ ସୋଡିୟମ, କ୍ୟାଲସିୟମ୍‌ର ମାତ୍ରା ବୃଦ୍ଧି ହେବ।
ପଖାଳ ଭାତ ଖାଇବା ଦ୍ବାରା ଶରୀରକୁ ଶକ୍ତି ପ୍ରଦାନ କରୁଥିବା ପୋଷକ ତତ୍ତ୍ବ ମିଳିଥାଏ।

ଏହା ଖାଇବା ଦ୍ବାରା ସତେଜ ଅନୁଭବ ହୋଇଥାଏ।

ପଖାଳ ଭାତ ଖାଇବା ଦ୍ବାରା ଅଲସର ହେବାର ସମସ୍ୟା ଦୂର ହୋଇଥାଏ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories