www.samajalive.in
Monday, December 8, 2025
27.1 C
Bhubaneswar

ପରକୀୟା ପ୍ରୀତିରୁ ପତ୍ନୀଙ୍କୁ ହତ୍ୟା: ସ୍ୱାମୀ ଓ ମଡେଲ ପ୍ରେମିକା ଗିରଫ

ନୂଆଦିଲ୍ଲୀ: ପରକୀୟା ପ୍ରୀତି ପାଇଁ ଜଣେ ଶିକ୍ଷକ ପ୍ରେମିକାଙ୍କ ସହ ମିଶି ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଉତ୍ତର-ପଶ୍ଚିମ ଦିଲ୍ଲୀର ବାୱାନା ଅଞ୍ଚଳରେ ସୋମାବାର ଏହି ଘଟଣା ଘଟିଛି। ଶିକ୍ଷୟିତ୍ରୀ ସୁନୀତା(୩୮) ସ୍କୁଲକୁ ଯାଉଥିବାବେଳେ ତାଙ୍କୁ ଗୁଳିଚଳାଇ ହତ୍ୟା କରାଯାଇଛି। ଏହି ଅଭିଯୋଗକ୍ରମେ ପୁଲିସ ସୁନୀତାଙ୍କ ସ୍ୱାମୀ ମନଜିତ(୪୦) ଓ ତାଙ୍କ ପ୍ରେମିକା ଆଞ୍ଜେଲ ଗୁପ୍ତା ଓରଫ ଶଶିପ୍ରଭା(୨୬) ଓ ଆଞ୍ଜେଲଙ୍କ ବାପା ରାଜୀବଙ୍କୁ ଗିରଫ କରିଛି। ସୁନୀତାଙ୍କର ଏକ ୧୬ବର୍ଷର ଝିଅ ଓ ୮ବର୍ଷର ପୁଅ ଅଛନ୍ତି। ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ଆଞ୍ଜେଲ ଜଣେ ମଡେଲ। ତାଙ୍କ ବାପା ଭାରତୀୟ ହୋଇଥିବାବେଳେ ମାଆ ବ୍ରିଟିଶ।

ନିକଟରେ ଆଞ୍ଜେଲ କିଛି ସିନେମାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ତାଙ୍କ ଦ୍ବାରା ଅଭିନିତ ‘ଝୁମକା ଲାୟା ବରେଲି ସେ’ ସଙ୍ଗୀତ ବେଶ୍ ଖ୍ୟାତି ଅର୍ଜନ କରିଥିଲା। ଗିରଫ ହୋଇଥିବା ରାଜୀବଙ୍କୁ ପିତା ବୋଲି ଆଞ୍ଜେଳ କହୁଥିଲେ ମଧ୍ୟ ତାଙ୍କ ପିତାଙ୍କ ମୃତ୍ୟୁ ଦୀର୍ଘ ଦିନ ପୂର୍ବେ ହୋଇଯାଇଛି। ଆଞ୍ଜେଲଙ୍କ ପରିବାରବର୍ଗ ଉତ୍ତରପ୍ରଦେଶ ନିବାସୀ ହୋଇଥିବାବେଳେ ତାଙ୍କ ମା‘ ଦିଳ୍ଲୀରେ ସରକାରୀ ଚାକିରୀ କରୁଥିବାରୁ ଆଞ୍ଜେଲ ଦିଳ୍ଲୀରେ ବସବାସ କରୁଥିଲେ। ମନଜିତ ପୂର୍ବରୁ ବିବାହିତ ଜାଣି ମଧ୍ୟ ରାଜୀବ ଉଭୟଙ୍କ ବିବାହ ଗୋପନରେ କରିବା ସହ ଏହି ହତ୍ୟାକାଣ୍ଡ ପାଇଁ ଅର୍ଥ ଭଡ଼ାଟିଆ ଗୁଣ୍ଡାଙ୍କୁ ନିୟୋଜିତ କରିଥିଲେ। ଆଞ୍ଜେଲଙ୍କ ମୋବାଇଲ ଫୋନକୁ ତଦନ୍ତ ପରିସରକୁ ଆଣିବା ପରେ ପୁଲିସ ଏହି ଅପରାଧର ସୁରାକ ପାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories