www.samajalive.in
Monday, December 8, 2025
27.1 C
Bhubaneswar

ପତ୍ନୀଙ୍କୁ ଛାଡ଼ପତ୍ର ଦେବେ ତେଜ୍‍ପ୍ରତାପ

ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ପ୍ରତି ସମୟ ଭଲରେ ଚାଲୁନାହିଁ। ଲାଲୁ ଆଇନର ଜାଲରେ ଛନ୍ଦିହୋଇ ଜେଲ୍‍ରେ ବନ୍ଦୀ ଥିବାବେଳେ ଦୁଇ ପୁଅ ତେଜ୍‍ପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ସମ୍ପର୍କ ମଧୁର ନ ଥିବାର ଖବର ଆସୁଛି। ଏଭଳି ପରିସ୍ଥିତିରେ ବାହାଘର ଛ’ମାସରେ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ। ଏଥିପାଇଁ ତେଜ ପ୍ରତାପ ପାଟନା ସିଭିଲ୍‍ କୋର୍ଟରେ ଆବେଦନ କରିଛନ୍ତି। ଏପରିକି ତାଙ୍କ ସହ ପାରିବାରିକ ହିଂସା ହୋଇଥିବା ତେଜପ୍ରତାପ ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି। ଛାଡପତ୍ର ଆବେଦନରେ ତେଜ ପ୍ରତାପ ଦର୍ଶାଇଛନ୍ତି ଯେ ପରସ୍ପର ମଧ୍ୟରେ ସୁସଙ୍ଗତି ରହିପାରୁ ନାହିଁ; ତେଣୁ ସେ ଛାଡପତ୍ର ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଛାଡପତ୍ର ପାଇଁ ଆବେଦନ କରିବା ପରେ ତେଜପ୍ରତାପ ପିତାଙ୍କୁ ସାକ୍ଷାତ କରିବା ଲାଗି ରାଞ୍ôଚ ଯାଇଥିଲେ। ଗତ ମେ ୧୨ରେ ତେଜ୍‍ ପ୍ରତାପ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ନାତୁଣୀ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଏ୍ୟ÷ଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ବେଶ ଧୂମଧାମରେ ଏହି ବିବାହ ହୋଇଥିଲା। ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲିକ, କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ୱାନ ପ୍ରମୁଖ ଅତିଥି ଥିଲେ। ବହୁ ରାଜନେତାଙ୍କ ସମେତ ୧୦ହଜାର ଅତିଥିଙ୍କ ପାଇଁ ଶହଶହ ପ୍ରକାର ଖାଦ୍ୟ ପରିବେଷଣ କରାଯାଇଥିଲା।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories