www.samajalive.in
Tuesday, December 9, 2025
17.1 C
Bhubaneswar

‘ଜିରୋ’ର ଟ୍ରେଲର ରିଲିଜ

ମୁମ୍ବଇ : ବଲିଉଡ ବାଦଶାହ୍‍ ଶାହାରୁଖ ଖାନ ଅଭିନୀତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଜିରୋ’ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଅଭିନେତା ଶାହାରୁଖ ଖାନ ବଉଆ ସିଂ ନାମକ ଏକ ବାମନ ମଣିଷରେ ନଜର ଆସିବେ। ବଉଆ ସିଂ ଯିଏ ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସଘର୍ଷ କରୁଥିବା ଦେଖିବାକୁ ମିଳିଛି। ବଉଆ ସିଂର ମିରଟ ରୁ ନ୍ୟୁୟର୍କର ଯାତ୍ରାକୁ ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଜିରୋ ଚଳଚ୍ଚିତ୍ରରେ ଅଭିନେତା ଶାହାରୁଖ ଖାନଙ୍କ ସହ ଦୁଇ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ ନଜର ଆସିବେ। ଅଭିନେତ୍ରୀ ଅନୁଷ୍କା ଚଳଚ୍ଚିତ୍ରରେ ଏକ ବୈଜ୍ଞାନିକଙ୍କ ଭୂମିକା ନିଭାଇଛନ୍ତି। ସେହିପରି କ୍ୟଟ୍ରିନା ଏକ ସଫଳ କଳାକାରର ଚରିତ୍ରରେ ନଜର ଆସୁଛନ୍ତି। ଏହି ତିନି କଳାକାରଙ୍କୁ ପୂର୍ବରୁ ଜବ ତକ ହେ ଜାନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଦୀର୍ଘ ଦିନ ପରେ ଅଭିନେତା ଶାହାରୁଖ ଏଭଳି ଚରିତ୍ରରେ ନଜର ଆସିଛନ୍ତି। ଚଳଚ୍ଚିତ୍ରର ଟ୍ରେଲରକୁ ନେଇ ପ୍ରଶଂସକଙ୍କ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories