www.samajalive.in
Tuesday, December 9, 2025
16.1 C
Bhubaneswar

ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କ ପରଲୋକ

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଦେଶର ସବୁଠାରୁ ବୃଦ୍ଧ ଅରବପତି କେଶବ ମହିନ୍ଦ୍ରାଙ୍କ ପରଲୋକ ଘଟିଛି। ବୁଧବାର ୯୯ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି। ସେ ୧୯୬୨ରୁ ୨୦୧୨ ପର୍ଯ୍ୟନ୍ତ ୪୮ ବର୍ଷ ଧରି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଥିଲେ। ବର୍ତ୍ତମାନ ତାଙ୍କ ପୁତୁରା ଆନନ୍ଦ ମହିନ୍ଦ୍ରା ଏହି ପଦବୀରେ ଅଛନ୍ତି।

ନିକଟରେ ଫୋର୍ବସ୍ ତାଙ୍କୁ ଭାରତର ସବୁଠାରୁ ବୃଦ୍ଧ ଅରବପତି ଭାବେ ନାମିତ କରିଥିଲା, ଯାହାଙ୍କ ସମ୍ପତ୍ତି ୧.୨ ବିଲିୟନ ଡଲାର। କେଶବ ମହିନ୍ଦ୍ରାଙ୍କ ଦେହାନ୍ତ ସମ୍ପର୍କୀତ ସୂଚନା ଦେଇ ଇନସ୍ପେସର ଅଧ୍ୟକ୍ଷ ପୱନ କେ ଗୋୟନକା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କହିଛନ୍ତି ଯେ, ବ୍ୟବସାୟ ଜଗତ ଆଜି ଅନ୍ୟତମ ମହାନ ବ୍ୟକ୍ତିତ୍ୱ କେଶବ ମହିନ୍ଦ୍ରାଙ୍କୁ ହରାଇଛି। ତାଙ୍କ ସହ ସାକ୍ଷାତ କରିବା ସବୁବେଳେ ଚମତ୍କାର  ଅମୁଭୂତି ଦେଇଥାଏ। ତାଙ୍କ ନିକଟରେ ବ୍ୟବସାୟ, ଅର୍ଥନୀତି ଓ ସାମାଜିକ କାର୍ଯ୍ୟକଳାପକୁ ଯୋଡ଼ି ରଖିବାର ସ୍ବତନ୍ତ୍ର ପ୍ରତିଭା ଥିଲା।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories