www.samajalive.in
Monday, December 8, 2025
17.1 C
Bhubaneswar

ନକଲି ସାର୍ଟିଫିକେଟର ଜାଲ 

ସମ୍ବଲପୁର : ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ନକଲି ସାର୍ଟିଫିକେଟ ଘଟଣାର ଚେର ସମ୍ବଲପୁର ଜିଲାକୁ ମଧ୍ୟ ଲମ୍ବିଛି। ଏହି ନକଲି ସାର୍ଟିଫିକେଟ ମାମଲାରେ ଧରାପଡିଥିବା ୬ଟି ସାର୍ଟିଫିକେଟ ମଧ୍ୟରୁ ୩ଟି ସାର୍ଟିଫିକେଟର ବଲାଙ୍ଗୀର ଲିଙ୍କ ଥିବାର ଜଣାପଡିଛି ବୋଲି ସଦର ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ ଚାଲିଥିବା ବେଳେ ୩ଟି ନକଲି ସାର୍ଟିଫିକେଟର ଲିଙ୍କ ବଲାଙ୍ଗୀର ସହିତ ମିଳିଥିବାରୁ ଆବଶ୍ୟକୀୟ ତଦନ୍ତ ଜାରି ରହିଛି। ନକଲି ସାର୍ଟିଫିକେଟ ଦେଇଥିବା ପ୍ରାର୍ଥୀ ମାନଙ୍କୁ ଖୁବ ଶିଘ୍ର ଧରାଯିବ। ଏଥି ସହ ଅନ୍ୟ ୩ ଜଣଙ୍କ ନକଲି ସାର୍ଟିଫିକେଟ ଗୁଡିକ ସର୍ମ୍ପକରେ ମଧ୍ୟ ତଦନ୍ତ ଜାରି ରହିଛି। ଏହି ଘଟଣାରେ ଥିବା ଅଭିଯୁକ୍ତ ମାନଙ୍କୁ ଧରାଯିବା ପରେ ଆଇନ ଅନୁଯାୟୀ କାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି।

ଏ ସର୍ମ୍ପକରେ ମଣ୍ଡଳ ଅଧିକ୍ଷକ ବିପିନ ନେଗୀ କହିଛନ୍ତି ଯେ, ବିଗତ ଦିନରେ ଡାକ ବିଭାଗ ପାଇଁ ବାହାରିଥିବା ପଦବୀ ପାଇଁ ଆବେଦନ କରିଥିବା ୬ ଜଣ ଆଶାୟୀଙ୍କ କାଗଜପତ୍ର ଯାଞ୍ଚ ପରେ ସେଗୁଡିକ ନକଲି ଥିବା ନେଇ ସନ୍ଦେହ ହୋଇଥିଲା। ଓଡିଆ ଓ ଇଂରାଜୀ ବିଷୟରେ ୯୫ ପ୍ରତିଶତରୁ ଅଧିକ ଲେଖାଏଁ ମାର୍କ ରଖିଥିବା ଏହି ଆଶାୟୀ ମାନଙ୍କୁ ସମ୍ବଲପୁର ଡାକ ବିଭାଗର ଅଧ୍ୟକ୍ଷ ଇଂରାଜୀ ଓ ଓଡିଆ ପରୀକ୍ଷା କରିଥିଲେ। ସେମାନେ ଉଭୟ ଭାଷାରେ ଅନେକ ଭୁଲ କରିଥିଲେ। ଏହା ପରେ ସେମାନଙ୍କର କାଗଜପତ୍ର ଗୁଡିକ ଆଭାଷି ମାଧ୍ୟମରେ ମଧ୍ୟ ଯାଞ୍ଚ କରିବାରୁ କୌଣସି ତଥ୍ୟ ମିଳି ନ ଥିଲା। ଉତ୍ତର ପ୍ରଦେଶରେ ହିନ୍ଦି ବୋର୍ଡରେ ପାଠ ପଢ଼ାଯାଉଥିବା ବେଳେ ଉକ୍ତ ସାର୍ଟିଫିକେଟ ଗୁଡିକରେ ଓଡିଆ ଏକ ବିଷୟ ବୋଲି ଉଲ୍ଲେଖ୍ୟ ରହିଥିବାରୁ ସନ୍ଦେହ ଜାତ ହୋଇଥିଲା। ଏଣୁ ଟାଉନ ଥାନାରେ ଅଭିଯୋଗ କରାଯାଇ ପୁଲିସକୁ ତଦନ୍ତ ପାଇଁ ଅନୁରୋଧ କରାଯାଇଛି। ଏଥି ସହ ବିଗତ ୨୦୧୮ ମସିହାରୁ ଚାକିରୀରେ ଅବସ୍ଥାପିତ ହୋଇଥିବା ବିଭିନ୍ନ ପଦପଦବୀ ଗୁଡିକର ଅଧିକାରୀ ଓ କର୍ମଚାରୀ ମାନଙ୍କର ମଧ୍ୟ ସାର୍ଟିଫିକେଟ ଯାଞ୍ଚ ହେବ ଏବଂ ଯଦି କାହାର ନକଲି ବାହାରେ ତାହା ହେଲେ ତାଙ୍କୁ ଚାକିରୀରୁ ବାହାର କରି ଦିଆଯିବ ବୋଲି ଡାକ ବିଭାଗର ଅଧିକ୍ଷକ ଶ୍ରୀ ନେଗି କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖରେ ଟାଉନ ଥାନାରେ ଡାକ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ୭ ତାରିଖରେ ଉକ୍ତ ମାମଲା ୧୧୭/୨୦୨୩ ଅନୁଯାୟୀ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ସମ୍ବଲପୁର ଡାକ ବିଭାଗରେ ବିଭିନ୍ନ ପଦବୀ ପାଇଁ ଦେଇଥିବା ଆଶାୟୀ ମାନଙ୍କ ମଧ୍ୟରେ ଭଦ୍ରକ ଜିଲାର ସୋନାଲି ସ୍ୱାଇଁ, ଜଗତସିହପୁର ଜିଲାର ଜ୍ୟୋତିକାନ୍ତ ମହାନ୍ତି, ବରଗଡ ଜିଲାର ରୁଦ୍ରାଣୀ ପ୍ରଧାନ ଓ ଝରାଶ୍ରୀ ସାହା, କଳାହାଣ୍ଡି ଜିଲାର ରୁଦ୍ରମଣୀ ମିଶ୍ର ଓ ଦେବଗଡ ଜିଲାର ଝିଲି ସାହୁଙ୍କ ସାର୍ଟିଫିକେଟ ନକଲି ବୋଲି ସନ୍ଦେହ ସୃଷ୍ଟି ହୋଇଛି ଏବଂ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଅପରପକ୍ଷରେ ଡାକ ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଚିଠି କରାଯାଇ ଟାଉନ ଥାନାରେ ଅଭିଯୋଗ କରାଯାଇଛି ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories