ଓଡିଶା ସ୍କିଲ୍‌ କନକ୍ଲେଭ- ଆୟୋଜିତ ହେବ ୧୦୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶନୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନରେ ଓଡିଶା ସରକାର ନୀତିଗତ ସଂସ୍କାର, ଭିତ୍ତିଭୂମି ବିକାଶ, ଦକ୍ଷତା ଇତ୍ୟାଦି ମାଧ୍ୟମରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ରଗତିଶୀଳ ଇକୋସିଷ୍ଟମ ପ୍ରତିଷ୍ଠା ପାଇଁ ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ‘ସ୍କିଲ ଇନ ଓଡିଶା’ TVET ଇକୋ-ସିଷ୍ଟମରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବରେ ମାନ୍ୟତା ପାଇଛି ।

ରାଜ୍ୟର ଏହି ମହତ୍ତ୍ବାକାଂକ୍ଷୀ ଦୃଷ୍ଟିକୋଣ ଏବଂ ସମସ୍ତ ହିତାଧିକାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁ ‘ସ୍କିଲ୍‌ -ଇନ୍‌- ଓଡିଶା’ ତାଲିମଦାତାଙ୍କୁ ୨୦୧୯ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ରେ ଭାରତରୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ କରିଛି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି ।

ଆଜି ଗୀତଗୋବିନ୍ଦ ସଦନଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ଯେ ଓଡ଼ିଶାରେ ଏଭଳି ଆୟୋଜନ ଭାରତବର୍ଷରେ ପ୍ରଥମ ଏବଂ ଓଡ଼ିଶା ହେବ ସୁଯୋଗର ପୃଷ୍ଠଭୂମି । ‘ସ୍କିଲ୍‌-ଇନ୍‌-ଓଡିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର ନୂତନ ଭାରତ ପାଇଁ ଦକ୍ଷତା ଥିମ୍‌ ସହିତ ଚଳିତ ଏପ୍ରିଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମଠାରେ ‘ଓଡିଶା ସ୍କିଲ୍‌ କନକ୍ଲେଭ -୨୦୨୩’ ଆୟୋଜନ କରୁଛନ୍ତି ।

ଏହି କନକ୍ଲେଭ ମାଧ୍ୟମରେ ସରକାର ଶିଳ୍ପ, ଶାକ୍ଷାନୁଷ୍ଠାନ, ତାଲିମ ସହଭାଗୀ, କ୍ଷେତ୍ରୀୟ ଦକ୍ଷତା ପରିଷଦ, ଅନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର ପ୍ରତିନିଧି ଏବଂ ସ୍କିଲ୍‌ ଆମ୍ବାସାଡରଙ୍କୁ ଜଡିତ ହେବାକୁ ପ୍ରଯତ୍ନ କରୁଛନ୍ତି । ସୁଚିନ୍ତିତ, ସହମତି ଭିତ୍ତିରେ କାର୍ଯ୍ୟ କରିବା ସହିତ ଏକ ନୂତନ ବିଶ୍ୱ୍‌ ଗଠନ ଦିଗରେ ଓଡିଶାର ବିକାଶ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ଏକ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିବାର ଏହା ହେଉଛି ଉପଯୁକ୍ତ ପ୍ଲାଟଫର୍ମ । ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ପାଇଁ ଓଡିଶା ସ୍କିଲ କନକ୍ଲେଭ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ।

prayash

ଚଳିତ ୨୦ ଏପ୍ରିଲ, ୨୦୨୩ ରେ ଉଦ୍‌ଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତରେ ସମନ୍ୱିିତ ସ୍କିଲ୍‌ ଇକୋସିଷ୍ଟମ୍‌, ଦକ୍ଷ ମାନବ ଶକ୍ତି ଇତ୍ୟାଦି ପ୍ରସଙ୍ଗ ଭିତ୍ତିକ ଆଲୋଚନା ସହ ଦକ୍ଷତା ବିକାଶ ଉପରେ ଅଧିବେଶନମାନ ଅନୁଷ୍ଠିତ ହେବ । ୨୧ ଏପ୍ରିଲରେ ସ୍ୱତନ୍ତ୍ର ଅଧିବେଷନ ଓ ପ୍ରଦର୍ଶନୀ ମାଧ୍ୟମରେ ଭାରତକୁ ସ୍କିଲ୍‌ କ୍ୟାପିଟାଲ୍‌ ଭାବେ ଗଢିତୋଳିବା, ଦକ୍ଷତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ, ଡ୍ରୋନ୍‌ ଟେକ୍ନୋଲୋଜି ସହିତ ସେକ୍ଟର ସ୍କିଲ୍‌ କାଉନସିଲର ଭୂମିକା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଘଡେଇ ପ୍ରକାଶ କରିଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଆନ୍ତର୍ଜାତୀୟ ତଥା ଜାତୀୟ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିଳ୍ପ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ । ୨୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିଳ୍ପ, ଏକାଡେମୀ, ସରକାରୀ କ୍ଷେତ୍ରର ୧୦୦୦ ରୁ ଊର୍ଦ୍ଧ୍ୱ ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ।

ଏହି ସମ୍ମାଳନୀରେ ପଲିଟେକ୍ନିକ୍ସ, ଇଞ୍ଜିନିୟରିଂ କଲେଜ, ବିଶ୍ୱବିଦ୍ୟାଳୟ ତଥା ବିଶିଷ୍ଟ ଶିଳ୍ପ ତଥା ସରକାରୀ ବିଭାଗର ୧୦୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶନୀ ଆୟୋଜିତ ହେବ । କନକ୍ଲେଭରେ ରାଜ୍ୟରେ ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷର ହେବ । ଏହି ଇଭେଣ୍ଟକୁ ସଫଳ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ୱରର ଜନପଥରେ ନୂତନ ତଥା ଅନନ୍ୟ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜନ କରାଯାଉଛି । ଓଡ଼ିଶାର ସମୃଦ୍ଧ ଐତିହ୍ୟ ସଂସ୍କୃତି ପ୍ରଦର୍ଶନ କରିବା ସହିତ ସମସ୍ତ ପରିଦର୍ଶକଙ୍କ ମନୋରଞ୍ଜନ ପାଇଁ ୨୦ ଏବଂ ୨୧ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।

ପ୍ରକାଶ ଥାଉ କି ନୂଆଦିଲ୍ଲୀ ଠାରେ ଗତ ୬ ଏପ୍ରିଲରେ କନକ୍ଲେଭ ପାଇଁ ଏକ କର୍ଟେନ ରେଜର ଆୟୋଜିତ ହୋଇଥିଲା । ରାଜ୍ୟରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ୧୧ ଏପ୍ରିଲରେ ଭୁବନେଶ୍ୱରରେ ମଧ୍ୟ ଆଉ ଏକ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଛନ୍ତି ।

kalyan agarbati

Comments are closed.