www.samajalive.in
Tuesday, December 9, 2025
17.1 C
Bhubaneswar

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଠକ, ଅନୁଦାନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୬୧ତମ ପରିଷଦ ବୈଠକ ଭୁବନେଶ୍ୱର ସ୍ଥିତ ରାଜୀବ ଭବନରେ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଶ୍ରୀ ଅସିତ୍‌ ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ଶ୍ରୀ ତ୍ରିପାଠୀ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ତ୍ରିପାଠୀ ୨୦୨୩ -୨୪ ରାଜ୍ୟ ବଜେଟରେ ସରକାରଙ୍କ ଦ୍ୱାରା ଅନୁଦାନ ବୃଦ୍ଧି ପାଇଁ ୨୦୦ କୋଟିରୁ ୩୨୫ କୋଟି ଟଙ୍କା ପର୍ଯ୍ୟନ୍ତ ପରିଷଦକୁ ଅବଗତ କରାଇଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଅସମ୍ପୂର୍ଣ୍ଣ କମ୍ୟୁନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ସମାପ୍ତ ପାଇଁ ପରିଷଦ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଏହାକୁ ସମସ୍ତ ସଦସ୍ୟ ପ୍ରଶଂସା କରିଥିଲେ ଯେଉଁଥିପାଇଁ ବର୍ଷକୁ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ପରିଷଦର ଅନୁଦାନ ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟକାରିତା, ଜନସାଧାରଣଙ୍କ ବ୍ୟବହାର ପାଇଁ ପ୍ରକଳ୍ପର ଉପଯୋଗ, ଅଡିଟୋରିୟମ୍‌, ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଜୀବିକା ପ୍ରକଳ୍ପ ଭଳି ବୃହତ ତଥା ଦୃଶ୍ୟମାନ ପ୍ରକଳ୍ପର ନିର୍ମାଣ, ସାମଗ୍ରିକ ରୂପାନ୍ତର ଏବଂ ସ୍ୱଚ୍ଛତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପରିଷଦର ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ସଂଘବଦ୍ଧ ହିସାବରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଛନ୍ତି । ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର ବୈଠକର ଆଲୋଚନା ପାଇଁ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।

- Advertisement -

ପରିଷଦ ବୈଠକରେ ସାଂସଦ, ବିଧାୟକ ଏବଂ ଅନ୍ୟମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୧ ଡିସେମ୍ବର ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ୫୬୬ ଗୋଟି ପ୍ରକଳ୍ପ ପାଇଁ ୫୪.୮୧ କୋଟି ଟଙ୍କାର ଅନୁମୋଦନ କରାଯାଇଥିଲା। ଅନୁଦାନ ପ୍ରାପ୍ତ ୧୧୪୭ କମ୍ୟୁନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପଗୁଡିକ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବଗୁଡିକ ୬୪.୨୪ କୋଟି ଟଙ୍କା, ବିଭିନ୍ନ ଜିଲ୍ଲାକୁ ୪ ଜଣ ବୈଷୟିକ ବ୍ୟକ୍ତିଙ୍କ ଯୋଗଦାନ, ସୋସିଆଲ୍‌ ମିଡିଆ ସେଲର କାର୍ଯ୍ୟକାରିତା ସ୍ପଷ୍ଟ ଭାବରେ ବିଚାରବିମର୍ଶ କରାଯାଇଥିଲା ଏବଂ ପରିଷଦରେ ଅନୁମୋଦିତ ହୋଇଥିଲା ।

ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଲଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ ଘକ୍ସଉଈ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ପରିଷଦର ଅନୁଦାନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି।
ବୈଠକରେ ପରିଷଦର ପରାମର୍ଶଦାତା ଏବଂ ସମସ୍ତ ୯ ଜଣ ବିଶେଷଜ୍ଞ ସଦସ୍ୟ ମଧ୍ୟ ନିଜ ନିଜ ଜିଲାର ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ।

ଏହି ବୈଠକରେ ଉତ୍ତରାଞ୍ଚଳ ଆରଡିସି ଡ. ସୁରେଶ ଚନ୍ଦ୍ର ଦଲାଇ, ଦକ୍ଷିଣାଞ୍ଚଳ ଆରଡିସି ଟି. ଆଓ, ପରିଷଦର ପରାମର୍ଶଦାତା ନାରାୟଣ ସାହୁ ଏବଂ ଅନ୍ୟ ବିଶେଷଜ୍ଞ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକର ଶେଷରେ ଅଧ୍ୟକ୍ଷଙ୍କ ଅନୁମତି ଅନୁଯାୟୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories