www.samajalive.in
Tuesday, December 9, 2025
16.1 C
Bhubaneswar

ଘରୋଇ ହୋମିଓପାଥିକ ଚିକିତ୍ସକ ସଂଘ ୮ମ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ଵର ରୀବୀନ୍ଦ୍ର ମଣ୍ଡପ ସମ୍ମିଳନୀ କକ୍ଷରେ ସୋମବାର ସଂଘର ସଭପତି ନେତ୍ରାନନ୍ଦ ଭୋଇଙ୍କ ସଭାପତିତ୍ୱରେ ୮ମ ବାର୍ଷିକ ସମ୍ମିଳନୀ ଓ ସର୍ବପୁରାତନ ହୋମିଓପାଥିକ ଚିକତ୍ସାର ଜନକ ଡାକ୍ତର ହ୍ୟାନିମନାଙ୍କ ୨୬୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ସମ୍ମାନିତ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାରି ବେହେରା, ରାଜ୍ୟସଭା ସାଂସଦ ସୁଲତା ଦେଓ, ଅମର ପଟ୍ଟନାୟକ, ବିଧାୟକ ଡ. ଅରବିନ୍ଦ ଢାଲୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ଼ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ।

- Advertisement -

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ହେଲା ଓଡ଼ିଶାର ଗ୍ରାମାଞ୍ଚଳରେ କାର୍ଯ୍ୟରତ ହୋମିଓପାଥିକ ଚିକିତ୍ସକଙ୍କୁ ପୂର୍ବରୁ ସରକାରଙ୍କ ଦ୍ଵାରା ଏକ ପଞ୍ଜିକୃତ କରାଯାଇ ଲିଷ୍ଟେଡ଼ ମାନ୍ୟତା ପ୍ରଦାନ କରାଯାଇ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲେ। କିନ୍ତୁ ଏହି ପ୍ରକ୍ରିୟା ଅନ୍ୟ ରାଜ୍ୟରେ ପ୍ରଚଳିତ ଥିବା ବେଳେ ଆମ ରାଜ୍ୟରେ ଏହାକୁ ୨୦୧୪ ମସିହାରେ ନିଷେଧ ଘୋଷଣା କରାଯାଇଛି । ଫଳରେ ସେବା କାର୍ଯ୍ୟରେ ନିୟୋଜିତ ଚିକିତ୍ସକମାନେ ସେମାନଙ୍କ ଜୀବିକା ହରାଇବା ଯୋଗୁ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ଏ ଦିଗରେ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସଂଘର ନ୍ୟାର୍ଯ୍ୟଦାବି ପ୍ରତି ବୈମାତୃକ ମନୋଭାବ ଯୋଗୁ ହୋମିଓପାଥିକ ଚିକିତ୍ସା ଉପରୁ ସାଧାରଣଲୋକ ଭରସା ଶୂନ୍ୟ ହୋଇପଡ଼ିବା ଦେଖିବାକୁ ମିଳିଛି । ସେବାବୃତ୍ତିରେ ଥିବା ହଜାର ହଜାର ହୋମିଓପାଥିକ ଚିକିତ୍ସକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଜଗନ୍ନାଥ ଦାଶ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ବାରିକ, କୋଷାଧ୍ୟକ୍ଷ ମହିନ୍ଦ୍ର କୁମାର ସାହୁ, ମୁଖ୍ୟ ଉପଦେଷ୍ଟା ଡା. ପ୍ରଦୀପ ରାଓ, ଆଇନ ଉପଦେଷ୍ଟା ରମଣୀକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories