www.samajalive.in
Tuesday, December 9, 2025
17.1 C
Bhubaneswar

ନକଲି ଶିକ୍ଷାଗତ ଯୋଗ୍ୟତାରେ ଅସଲି ଚାକିରୀ, ଚିନ୍ତାରେ ମେଧାବୀ

ହରଭଙ୍ଗା: କିଛିଦିନ ତଳେ ବଲାଙ୍ଗୀରରେ ଡାକବିଭାଗର ବିଭିନ୍ନ ପଦବୀ ପାଇଁ ଆବେଦନକାରୀଙ୍କ ଜାଲ ପ୍ରମାଣପତ୍ର ଚିହ୍ନଟ ଘଟଣା ସାରା ରାଜ୍ୟରେ ଚହଳ ପକାଇଛି। ଏହାର ଚେର ବଲାଙ୍ଗୀରରୁ ବିଭିନ୍ନ ଜିଲାକୁ ଲମ୍ବିଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଚଳାଇଥିବାବେଳେ ଏହାର ମୂଳ ଖୋଜାଚାଲିଛି। ବଲାଙ୍ଗୀରରୁ ଏଭଳି ଚିତ୍ର ଆସିବାପରେ ଜାଲ ଶିକ୍ଷାଗତ ଯୋଗ୍ୟତାରେ ଅସଲି ଚାକିରୀ ହାତେଇଥିବା ବ୍ୟକ୍ତିବିଶେଷଙ୍କ ହୃତସ୍ପନ୍ଦନ ବଢିଯାଇଛି। ଜାଲ ପ୍ରମାଣପତ୍ର ଆଧାରରେ ଚାକିରୀ ହାତେଇବା ପାଇଁ ଚଳାଇଥିବା ଅଯୋଗ୍ୟଙ୍କ ଅପଚେଷ୍ଟା ସମ୍ପ୍ରତି ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ଭଳି ମନେହେଉଛି। ଏହାର ମୂଳୋତ୍ପାଟନ କରା ନଗଲେ ଯୋଗ୍ୟତା ଥିବା ମେଧାବୀ ଛାତ୍ରଛାତ୍ରୀ ଚାକିରୀରୁ ବଞ୍ଚିତ ହେବା ଜଳ ଜଳ ହୋଇ ଦିଶୁଛି।

ପ୍ରକାଶ ଯେ, ଗତ ନଭେମ୍ବର ୨୦୨୦ରେ ବୌଦ୍ଧ ଜିଲ୍ଲାରେ ଶିକ୍ଷା ବିଭାଗରେ ଜାଲ ଓ.ଟି.ଇ.ଟି ପ୍ରମାଣପତ୍ର ଦେଇ ଚାକିରୀ ହାତେଇଥିବା ଶିକ୍ଷକଙ୍କ ଗୁମର ସମ୍ମୁଖକୁ ଆସିଥିଲା। ଏହାର ଖୋଳତାଡ ପରେ ଜାନୁୟାରୀ-୨୦୨୧ରେ ଶିକ୍ଷାବିଭାଗ ହରଭଙ୍ଗା ବ୍ଲକର ୨୨ଜଣ ଠିକା ଗଣଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ। ଶିକ୍ଷାବିଭାଗ ଭଳି ପଂଚାୟତିରାଜ ବିଭାଗ ଏବଂ ଅନ୍ୟସବୁ ବିଭାଗରେ ଏଭଳି ଅନେକ ଜାଲ ସାର୍ଟିଫିକେଟଧାରୀ ଚାକିରୀଆ ରହିଥିବା କୁହାଯାଉଛି। ସବୁ ବିଭାଗରେ ଅସଲି ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କଲେ ଜାଲ ସାର୍ଟିଫିକେଟରେ ଚାକିରୀ ହାତେଇଥିବା ବ୍ୟକ୍ତିବେଶଷଙ୍କ ମୁଖା ଖୋଲନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏହା ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହଜରେ ଚାକିରୀ ଖଣ୍ଡିଏ ମିଳିପାରନ୍ତା ଏବଂ ଶିକ୍ଷିତ ଯୁବକ ଯୁବତୀ ଚାକିରୀ କ୍ଷେତ୍ରକୁ ଆସିଲେ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି। ଏ ଦିଗରେ ଏକ ସ୍ୱତନ୍ତ୍ର ଦଳ ସବୁ ବିଭାଗରେ ଅସଲି ପ୍ରମାଣପତ୍ର ଯାଞ୍ଚ କଲେ କିଏ ଅସଲି କିଏ ନକଲି ଜଣାପଡ଼ନ୍ତା ବୋଲି କୁହାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories