www.samajalive.in
Tuesday, December 9, 2025
17.1 C
Bhubaneswar

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା; ଅଭିଭାବକ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ ବୋଦାପଳସାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ୫୦ରୁ ଊର୍ଦ୍ଧ୍ବ ଅଭିଭାବକ ସୋମବାର ମିଳିତ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଆଜକୁ ୩ବର୍ଷ ତଳେ ୨୦୨୦-୨୧ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହୋଇ ଶିକ୍ଷାଦାନ ଆରମ୍ଭ ହୋଇଥିଲେ ହେଁ ବିଦ୍ୟାଳୟରେ ସର୍ବନିମ୍ନ ଆବଶ୍ୟକତା ଶିକ୍ଷକ, ଅଣଶିକ୍ଷକ ଏବଂ ଛାତ୍ରୀନବାସ ଓ ଛାତ୍ରାବାସ ନଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକଙ୍କୁ ଦୈନିକ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଷଷ୍ଠରୁ ନବମଶ୍ରେଣୀ ମଧ୍ୟରେ ୮ଟି ସେକ୍ସନରେ ମୋଟ ୪୮୦ଜଣ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଥିବା ବେଳେ ମାତ୍ର ୬ଜଣ ଶିକ୍ଷକ ନିଯୁକ୍ତି ଥିବାରୁ ଶିକ୍ଷାଦାନରେ ଘୋର ବାଧା ସୃଷ୍ଟି ହୋଇଛି। ଛାତ୍ରୀନିବାସ ଓ ଛାତ୍ରାବାସ ନିର୍ମାଣ ଶେଷ ହୋଇଥିଲେ ହେଁ ଅଦ୍ୟାବଧି କାର୍ଯ୍ୟକ୍ଷମ ହେଉନଥିବାରୁ ବିଦ୍ୟାଳୟଠାରୁ ୨୫ରୁ ୩୦କି.ମି. ଦୂରରୁ ଅଭିଭାବକ ନିଜ ପିଲାମାନଙ୍କୁ ଦୈନିକ ବିଦ୍ୟାଳୟ ନେବା ଆଣିବା କରିବା କାଠିକର ପାଠ ହୋଇପଡ଼ିଛି ବୋଲି ଅଭିଭାବିକା ଚିନ୍ମୟୀ ବିଶ୍ୱାଳ, ପ୍ରିୟବ୍ରତ ନାଏକ, ସୁଷମା ନାଏକ, ପ୍ରତ୍ୟୁଷ କୁମାର ବିଶ୍ୱାଳ, ପ୍ରଶାନ୍ତ କୁମାର ନାଏକ ଓ ସୁଶାନ୍ତ ସାହୁ ପ୍ରମୁଖ କ୍ଷୋଭର ସହ ଏହା କହିଛନ୍ତି। ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ଅଭାବ ଯୋଗୁଁ ଶିକ୍ଷାଦାନ ଅନେକାଂଶରେ ବାଧାପ୍ରାପ୍ତ ହେଉଥିବାରୁ ତୁରନ୍ତ ଛାତ୍ରାବାସ ଓ ଛାତ୍ରୀନିବାସ କାର୍ଯ୍ୟକ୍ଷମ ସହ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ତୁରନ୍ତ ପୂରଣ କରିବାକୁ ଅଭିଭାବକ ଦାବି କରିଛନ୍ତି। ସଦର ବ୍ଲକ ମୁଖ୍ୟାଳୟରୁ ବିଦ୍ୟାଳୟର ଦୂରତା ୭ କି.ମି. ଦୂର ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯାତାୟାତ ସୁବିଧାକୁ ଆଖିଆଗରେ ରଖି ଜିଲା ଖଣିଜ ପ୍ରତିଷ୍ଠାନରୁ ଏକ ସ୍ୱତନ୍ତ୍ର ବସ୍‌‌ ସେବା ଯୋଗାଇ ଦେବାକୁ ଅଭିଭାବକଙ୍କ ପକ୍ଷରୁ ଦାବି କରାଯାଇଛି। ଉପରୋକ୍ତ ସମସ୍ୟା ସମ୍ପର୍କରେ ବହୁବାର ଜିଲା ପ୍ରଶାସନକୁ ଅଭିଭାବକଙ୍କ ପକ୍ଷରୁ ଲିଖିତ ଭାବେ ଗୁହାରୀ କରାଯାଇଥିଲେ ହେଁ କୌଣସି ସମାଧାନ ନହେବାରୁ ବାଧ୍ୟ ହୋଇ ପୁଣିଥରେ ଅଭିଭାବକ ସଂଘ ପକ୍ଷରୁ ପ୍ରଶାସନର ଦ୍ୱାରସ୍ଥ ହେବାକୁ ପଡ଼ିଛି ବୋଲି ଅଭିଭାବକଗଣ କ୍ଷୋଭର ସହ ଏହା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories