www.samajalive.in
Monday, December 8, 2025
20.1 C
Bhubaneswar

ହଳଦିଆ ତରଭୁଜ ଚାଷୀଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ

ନୂଆପଡ଼ା: ନୂଆପଡ଼ା ସହର ଉପକଣ୍ଠରେ ରହିଛି ଗୋଡଫୁଲା ପଞ୍ଚାୟତର କାଲାଭେରା ଗାଁ। ନୂଆପଡ଼ା ସହରକୁ ତାଜା ପନିପରିବା ଯୋଗାଇବା ପାଇଁ ଏହି ଗ୍ରାମର ପରିଚୟ ରହିଛି। ପିଢ଼ିକ୍ରମେ ଏହି ପରମ୍ପରା ବଜାୟ ରଖିଛନ୍ତି ଗ୍ରାମବାସୀ। ବର୍ତ୍ତମାନ ଆଧୁନିକ ଯୁଗରେ ସମୟୋପଯୋଗୀ ପନିପରିବା ଚାଷରେ କିଛି ଯୁବ ଚାଷୀ ମନ ଦେଲେଣି। ଏହି କ୍ରମରେ କିଛି ଯୁବ ଚାଷୀ ବ୍ରକୋଲି, ବାଇଗଣି ଫୁଲକୋବି, ନାଲି କୋବି ଚାଷ କରିବା ମଧ୍ୟ ଦେଖାଗଲାଣି। ଉକ୍ତ ଗ୍ରାମର ଯୁବ ଚାଷୀ ତିରିତ ପଟେଲ କିନ୍ତୁ ନିଜ ପନିପରିବା ଚାଷରୁ ଟିକେ ଅଲଗା ଚିନ୍ତା କରି ବେଶ ସାବାସୀ ଗୋଟାଇଛନ୍ତି। ତିରିତଙ୍କ କହିବା ମୁତାବକା ସେ ପ୍ରାୟ ୩ରୁ ୪ଏକର ଜମିରେ ପନିପରିବା ଚାଷ କରିବା ସହିତ ଅଧଏକର ଜମିରେ ହଳଦିଆ ତରଭୁଜ ଚାଷ କରିଛନ୍ତି।

ଅନ୍ୟମାନଙ୍କ ପରି ହଳଦିଆ ତରଭୁଜ ସମ୍ପର୍କରେ କିଛି ବି ଜାଣି ନଥିବା ତିରିତଙ୍କୁ ଜିଲା ସହକାରୀ କୃଷି ଅଧିକାରୀ ସୁଧାଂଶୁ କୁମାର ସାହୁ ଏ ଦିଗରେ ପ୍ରୋତ୍ସାହିତ କରିବା ସହ ଭୁବନେଶ୍ବରରୁ ମଞ୍ଜି ଆଣି ଯୋଗାଇ ଦେଇଥିଲେ। ଏହାସହ ଏହାର ଚାଷ କରିବା ବିଧି ମଧ୍ୟ ବୁଝାଇଥିଲେ। ସହକାରୀ କୃଷି ଅଧିକାରୀଙ୍କ ଉପଦେଶ ଓ ପ୍ରୋତ୍ସାହନ ଉପରେ ବିଶ୍ୱାସ କରି ତିରିତ ପ୍ରଥମ ଥର କରି ନିଜ ଜମିରେ ହଳଦିଆ ତରଭୁଜ ଚାଷ କରି ବେଶ ପ୍ରଶଂସା ସାଉଁଟିଛନ୍ତି।

- Advertisement -

ଆରୋହୀ କିସମର ହଳଦିଆ ତରଭୁଜ ମଞ୍ଜି ଯାହାର କି ବଜାର ଦର ପ୍ରାୟ କିଲୋ ପ୍ରତି ୮୦ ହଜାର ଟଙ୍କା, ସେହି ମଞ୍ଜିରୁ ପ୍ରାୟ ୨୦ ଗ୍ରାମ ମଗାଇ ପ୍ରଥମେ ପରୀକ୍ଷାମୂଳକ ଭାବରେ ତିରିତ ଚାଷ ଆରମ୍ଭ କରିଥିଲେ। ଏଥିରେ ପ୍ରାୟ ୩୦୦ରୁ ୪୦୦ ଗଛ ହୋଇଥିଲା ଓ ୭୫ରୁ ୮୦ ଦିନ ମଧ୍ୟରେ ଉତ୍ପାଦନ ଆରମ୍ଭ ହୋଇଥିଲା। ସେହିପରି ପ୍ରତି ଗଛରୁ ପ୍ରାୟ ତିନିଟି ଫଳ ଧରିଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତିତ ତିରିତ ନିଜ ବଗିଚାରେ ଗଛକୁ ବଞ୍ଚଇବା ପାଇଁ କୀଟନାଶକ ସିଞ୍ଚନ ନକରି କୀଟମାନଙ୍କୁ ଆକୃଷ୍ଟ କରି ମାରି ଦେଉଥିବା ଏକ ସ୍ୱତନ୍ତ୍ର ଯନ୍ତ୍ର ବ୍ୟବହାର କରିଛନ୍ତି।

ବର୍ତ୍ତମାନ ତିରିତ ପାଖାପାଖି ୫ରୁ ୬ କୁଇଣ୍ଟାଲ ହଳଦିଆ ତରଭୁଜ କ୍ବିଣ୍ଟାଲ ପିଛା ୨୦୦୦ ଟଙ୍କାରେ ବିକ୍ରି କରିସାରିଥିଲାବେଳେ ଆହୁରି ୧୦ରୁ ୧୫ କ୍ବିଣ୍ଟାଲ ବିକ୍ରୟ କରିବା ଆଶା ରଖିଛନ୍ତି। ତିରିତଙ୍କ କହିବା ମୁତାବକ ହଳଦିଆ ତରଭୁଜ ଜିଲା ପାଇଁ ନୂଆ ହୋଇଥିବାରୁ ଏହାର ବଜାର ଦର ମଧ୍ୟ ଅଧିକ ରହିଛି। ଏହା ଛଡା ଏହାର ସ୍ୱାଦ ମଧ୍ୟ ଭଲ ରହିଛି। ହଳଦିଆ ତରଭୁଜ ସମ୍ପର୍କରେ ସହାୟକ କୃଷି ଅଧିକାରୀ ସୁଧାଂଶୁ ସାହୁଙ୍କ କହିବା ମୁତାବକ ଏହି ତରଭୁଜ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ଚର୍ମ ରୋଗ ପାଇଁ ବିଶେଷ ସହାୟକ ହୋଇଥାଏ। ଏଥିରେ ଅଧିକ ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟବେଟା କାରୋଟିନ ଥାଏ ଯାହାକି କର୍କଟ ରୋଗ ଓ ଚକ୍ଷୁ ସମ୍ବନ୍ଧିତ ରୋଗ ପାଇଁ ଲାଭଦାୟୀ ହୋଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories