www.samajalive.in
Tuesday, December 9, 2025
16.1 C
Bhubaneswar

କନ୍ଧମାଳର ଦିଲ୍ଲୀପ ହେଲେ ଟିଡିସିସି ଉପାଧ୍ୟକ୍ଷ

ଫୁଲବାଣୀ: ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ନିର୍ବାଚନରେ କନ୍ଧମାଳର ଦିଲ୍ଲୀପ ପ୍ରଧାନ ରାଜ୍ୟ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନିଗମ ପକ୍ଷରୁ ଜାରୀ ବିଜ୍ଞପ୍ତି ପ୍ରକାରେ ଆଜି ବିଭିନ୍ନ ପଦବୀ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡର ଚମେଲୀ ଓରାମ ନିଗମର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଦିଲ୍ଲୀପ ପ୍ରଧାନ ଉପସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଦିଲ୍ଲୀପଙ୍କ ଘର ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତର କୁମ୍ଭାରମୁଣ୍ଡା ଗ୍ରାମରେ। ଦିଲ୍ଲୀପ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ସମିତି ସଭ୍ୟ ଥିଲେ। ସେ ବର୍ତ୍ତମାନ ଦାରିଙ୍ଗବାଡି ବ୍ଲକ ବିଜେଡିର କାର୍ଯ୍ୟକାରୀ ସଭାପତି ରହିବା ସହ ଲ୍ୟାମ୍ପସର ମଧ୍ୟ ସଭାପତି ଅଛନ୍ତି। ଦିଲ୍ଲୀପ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିର୍ବାଚିତ ହେବା ପରେ ତାଙ୍କୁ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories