www.samajalive.in
Thursday, December 11, 2025
27.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

(୧) ଆଜି କଟକ ସାରଳା ଭବନରେ ଅନୁଷ୍ଠିତ ହେଉଛି ଗୋପବନ୍ଧୁଙ୍କ ‘ସତ୍ୟବାଦୀ’ର ସପ୍ତମ ବାର୍ଷିକ ଉତ୍ସବ
– ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଦର୍ଶକମାନେ https://www.youtube.com / @GopabandhunkaSatyabadi ଓ https://www.youtube.com/samajalive ଲିଙ୍କ୍‌ ମାଧ୍ୟମରେ ଏହାର ସିଧା ପ୍ରସାରଣ ଦେଖିପାରିବେ
– ଏହି ଉତ୍ସବରେ ସାହିତ୍ୟିକ ହରିହର ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ-୨୦୨୨’ ଦିଆଯିବ
– ପ୍ରବନ୍ଧ, ଗଳ୍ପ, କବିତା ଓ ଶିଶୁ ସାହିତ୍ୟ ବିଭାଗରେ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୨’ ପାଇବେ ସାହିତ୍ୟିକ ଶ୍ରୀଶ ପଟେଲ, ସୀତେଶ ତ୍ରିପାଠୀ, ସୌଭାଗ୍ୟବନ୍ତ ମହାରଣା, ଅଶୋକ କୁମାର ପ୍ରଧାନ ଓ ପ୍ରଶାନ୍ତ କୁମାର ନାଥ
(୨) ଏପ୍ରିଲ ୫ରୁ ୮ ଯାଏଁ ପୁଞ୍ଜିନିବେଶ ସମ୍ମିଳନୀ, ଆଜି ଜାପାନ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
(୩) ଏପ୍ରିଲ ୧୧ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏ ହେବ ସକାଳୁଆ ସ୍କୁଲ
– ସକାଳ ୭ଟାରୁ ୧୧ଟା ୩୦ ଯାଏ ହେବ ପାଠପଢ଼ା
– ଏପ୍ରିଲ ୩ରୁ ଆରମ୍ଭ ହେବ ୨୦୨୩-୨୪ ଶିକ୍ଷାବର୍ଷ
– ଗ୍ରୀଷ୍ମ ପ୍ରବାହ ଦେଖି ଜିଲ୍ଲାପାଳ ସମୟ ପରିବର୍ତ୍ତନ କରିପାରିବେ
(୪) ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା
– ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ଦିନ ଖାତା ଦେଖିବେ ପରୀକ୍ଷକ
– ଫର୍ମ ପୁରଣ କରି ପରୀକ୍ଷା ଦେଇନଥିବା ୧୩ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା
(୫) ଆମେରିକାରେ ୨ଦିନରେ ୬୦ଟି ଟର୍ଣ୍ଣାଡୋ, ୨୧ ମୃତ
(୬) ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବୀଣା ପେଟ୍ରୋଲ ପମ୍ପ୍‌ ନିକଟରେ ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌, ୭ ଆହତ
(୭) ସୋର ନାୟକବନ୍ଧ ଛକରେ ଡିଭାଇଡର ସହ ଧକ୍କା ହେବା ଫଳରେ ଓଲଟିଲା ଗୋରୁ ବୋଝେଇ ସ୍କର୍ପିଓ, ଡ୍ରାଇଭର ଫେରାର
(୮) ବିନିକା ଡୁଙ୍ଗୁରିପାଲି ଚିନାଜୁରୀ ଗାଁରେ ନିଶାସକ୍ତ ପୁଅର ଗୁଳିମାଡ଼ରେ ବାପା ଗୁରୁତର
– ବୋହୂ ସହ ଝଗଡ଼ା ଅଟକାଇବାରୁ ଗୁଳିମାଡ କଲା ପୁଅ
(୯) ଜାଲ ପ୍ରମାଣପତ୍ର ମାମଲାରେ ବଲାଙ୍ଗିରରେ ପହଂଚି ତଦନ୍ତ କରୁଛି ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ପ
(୧୦) ପଞ୍ଜୀ ସ୍କାମ୍‌ରେ ୯ କୋଟି ଠକେଇ ଘଟଣାରେ ପୁଣେରୁ ଜଣେ ଠକେଇ ଅଭିଯୁକ୍ତକୁ ଗିରଫ କଲା ଇଓଡବ୍ଲ୍ୟୁ
(୧୧) ସୋର ନଦୀଗାଁ କୁଡ଼େଇ ଛକରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ
– ଜଳିଗଲା ୪ ଦୋକାନ
(୧୨) ବିହାରର ନାଳନ୍ଦା ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ
– ଗଣ୍ଡଗୋଳ ପରେ ଗୁଳିଚାଳନା ସୂଚନା
– ଅଞ୍ଚଳରେ ଇଣ୍ଟରନେଟ ବନ୍ଦ, ୧୪୪ ଧାରା ଜାରି
(୧୩) ଆଇପିଏଲ: ଆଜି ଅପରାହ୍ମ ୩ଟା ୩୦ ମିନିଟରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ୍ ଓ ସନରାଇଜର୍ସ ହାଇଦ୍ରାବାଦ
– ସନ୍ଧ୍ୟା ୭.୩୦ରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories