www.samajalive.in
Monday, December 8, 2025
27.1 C
Bhubaneswar

ଶିଶୁଙ୍କ ସହ ସମୟ ବିତାଇଲେ ଜିଲ୍ଲାପାଳ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ରାମ ନବମୀ ଛୁଟି ଦିବସରେ କଂଟାବାଂଜି ଗସ୍ତରେ ଆସି ପ୍ରଥମେ କଂଟାବାଂଜିର ରେଡିଓ ସନ୍ଦେସକୁ ଉଦ୍‌ଘାଟନ କରିଥିବା ବେଳେ ଅପରାହ୍ନରେ ଉତ୍କଳ ବାଳାଶ୍ରମ ପରିଦର୍ଶନ କରି ଅନ୍ତେବାସୀ ଶିଶୁମାନଙ୍କ ସହ ସମୟ ବିତାଇଲେ। ଜିଲ୍ଲାପାଳ ବାଳାଶ୍ରମର ଶ୍ରେଣୀଗୃହ, ଶିଶୁମାନେ ବ୍ୟବହାର କରୁଥିବା ଗାଧୁଆ ଘର ପାଇଖାନା, ରୋଷେଇ ଘର ସହ ଶୋଇବା କକ୍ଷ ବୁଲି ଦେଖିବା ସହ, ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ସହ କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରା, ଏନ. ଏ.ସି. କାର୍ୟ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀସିଂ, ଜିଲ୍ଲା ବାଳାଶ୍ରମ ସୁରକ୍ଷା ଇନଚାର୍ଜ ଚୂଡ଼ାମଣି ପଣ୍ଡା ପ୍ରମୁଖ ଜିଲ୍ଲାପାଳ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories