www.samajalive.in
Tuesday, December 9, 2025
17.1 C
Bhubaneswar

ଡବ୍ଲ୍ୟୁପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ପରି ଲାଗୁଛି : ହରମନପ୍ରୀତ

ମୁମ୍ବଇ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ପ୍ରଥମ ସଂସ୍କରଣରେ ଚମ୍ପିଆନ୍‌ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଦଳର ଅଧିନାୟିକା ହରମନପ୍ରୀତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା ତାଙ୍କୁ ଏକ ସ୍ବପ୍ନ ପରି ଲାଗୁଛି। ରବିବାର ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପରାସ୍ତ କରି ଚମ୍ପିଆନ୍‌ ହୋଇଥିଲା ମୁମ୍ବଇ ଇଣ୍ଡିଆନ୍‌ସ ଦଳ।

ହରମନପ୍ରୀତ କହିଥିଲେ ଡବ୍ଲ୍ୟୁପିଏଲ୍‌ ସମସ୍ତଙ୍କୁ ନୂଆ ଅନୁଭୂତି ଦେଇଛି। ଡବ୍ଲ୍ୟୁପିଏଲ୍‌ ପରି ଏକ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ମହିଳା ଖେଳାଳିମାନେ ଦୀର୍ଘଦିନ ହେବ ଅନାଇ ବସିଥିଲେ। ମୁମ୍ବଇ ଦଳ ଚମ୍ପିଆନ୍‌ ହୋଇଥିବା ଏହା ତାଙ୍କୁ ସ୍ବପ୍ନ ପରି ଲାଗୁଛି। ଫାଇନାଲ ମ୍ୟାଚ୍‌ ସମ୍ପର୍କ​‌େ​‌ର ମତ ଦେଇ ହରମନପ୍ରୀତ କହିଥିଲେ ମୁମ୍ବଇ ଦଳର ବୋଲରମାନେ ଭଲ ପ୍ରଦର୍ଶନ କରିବା ଫଳରେ ଦିଲ୍ଲୀ ଦଳ ମାତ୍ର ୧୩୧ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ମୁମ୍ବଇ ଦଳ ବ୍ୟାଟିଂ କରିବା ସମୟରେ ୨୩ ରନ୍‌ରେ ୨ଟି ୱିକେଟ୍ ହରାଇଥିଲା। ତେବେ ଦଳର ବ୍ୟାଟିଂ ଲାଇନ ବେଶ୍‌ ମଜଭୁତ୍‌ ଥିବାରୁ ବିଜୟ ନେଇ ସେ ଆଶାବାଦୀ ଥିଲେ। ନାଟ୍‌ ସ୍କିଭର-ବ୍ରଣ୍ଟ ୫୫ଟି ବଲ୍‌ରୁ ୬୦ ରନ୍‌ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

- Advertisement -

ସେହିପରି ନିଜ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଥିବା ହରମନପ୍ରୀତ କହିଥିଲେ। ଦଳ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା ତା’ ଅନୁଯାୟୀ ଖେଳିବାରୁ ସଫଳତା ପାଇଥିବା ହରମନପ୍ରୀତ କହିବା ସହ ଟ୍ରଫି ଜିତିବା ପଛରେ ସମସ୍ତଙ୍କ ଅବଦାନ ରହିଥିବା କହିଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସର ଅଧିନାୟିକା ମେଗ୍‌ ଲାନିଙ୍ଗ କହିଥିଲେ ମୁମ୍ବଇ ଇଣ୍ଡିଆନ୍‌ସ ଫାଇନାଲରେ ଭଲ ପ୍ରଦର୍ଶନ କରି ଚମ୍ପିଆନ୍‌ ହୋଇଛି। ସେହି ଦଳର ଖେଳାଳିମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଦଳକୁ ଚମ୍ପିଆନ୍‌ କରାଇଥିବାରୁ ସେମାନେ ପ୍ରଶଂସାର ପାତ୍ର। ହରମନପ୍ରୀତ ଓ ବ୍ରଣ୍ଟ ଭଲ ବ୍ୟାଟିଂ ପ୍ରଦର୍ଶନ କରି ଦିଲ୍ଲୀ ହାତକୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories