www.samajalive.in
Monday, December 8, 2025
17.1 C
Bhubaneswar

ଅବକାରୀ ଚଢାଉ: ବିପୁଳ ପରିମାଣର ମଦ ଜବତ, ମହିଳା ଗିରଫ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳରେ ବ୍ୟାପକ ମାତ୍ରାରେ ଚୋରା ମଦ କାରବାର ହେଉଥିବା ଜିଲାପାଳଙ୍କ ଜନଶୁଣାଣୀ ଶିବିରରେ ଜନସାଧାରଣ ଅଭିଯୋଗ କରିଥିଲେ। ତେବେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଅବକାରୀ ଅଧିକାରୀ ଅନୁପସ୍ଥିତ ଥିବାରୁ ଜିଲାପାଳ ଉଦବେଗ ପ୍ରକାଶ କରିବା ସହ ବିଭାଗଠୁ କଇଫିଅତ ତଲବ କରିଥିଲେ। ଏଥି ସହ ତୁରନ୍ତ ଚୋରାମଦ ପେଣ୍ଠ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ। ତେବେ ମଙ୍ଗଳବାର ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଏକ ୧୦ ଜଣିଆ ଟିମ ମାହାଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଭଦ୍ରେଶ୍ୱର ଥାନା ହଳଦିଆ ପଞ୍ଚାୟତ କୋଠିଛକରେ ଚଢ଼ାଉ କରି ଆନ୍ନା ମା’ ନାମକ ମହିଳାଙ୍କଠାରୁ ବିପୁଳ ପରିମାଣର ଚୋରା ଦେଶୀ, ବିଦେଶୀ ମଦ ଜବତ କରି ତାଙ୍କୁ ଗିରଫ କରିଛନ୍ତି।

ଚୋରା ମଦ ବିଭିନ୍ନ ସ୍ଥାନରେ ଚୋରରେ ବିକ୍ରି ହୋଇଥିବା ବାରମ୍ବାର ଅଭିଯୋଗ ପରେ ଆଜି ଜିଲାପାଳଙ୍କ ତାଗିଦ ଯୋଗୁ ସକାଳୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ବର୍ତମାନ ସୁଦ୍ଧା ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ ହୋଇଥିଲା ବେଳେ ଆଗକୁ ଏହି ଚଢ଼ାଉ ଜୋରଦାର ହେବା ସହ ଯଦି କୌଣସି ଜାଗାରେ ଚୋର ମଦ ସହ ନିଶା ସାମଗ୍ରୀ ବିକ୍ରୟ ହୋଇଥାଏ, ତେବେ ଖବର ଦେଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଲେପୁର ଅବକାରୀ ରେଞ୍ଜ ଅଧିକରୀ ସୂଚନା ଦେଇଛନ୍ତି। ଅପର ପକ୍ଷରେ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ନିଘୋଡ଼ ନିଦ୍ରାରେ ଶୋଇ ପଡିବାରୁ ସାଲେପୁର ଅବକାରୀ ରେଞ୍ଜ ଚଢାଉ କରିବା ଘଟଣା ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଅଧିକାରୀଙ୍କ ପାରିବା ପାଣିଆକୁ ପଦାରେ ପକାଇଛି। ଅବକାରୀ ବିଭାଗ ମାସିକିଆ ବଟି ନେଇ ଚୋରା ମଦ ଓ ନିଶା କାରବାରକୁ ପ୍ରଶ୍ରୟ ଦେଉଥିବା ଚର୍ଚ୍ଚାର ବିଷୟ ପାଲଟିଛି। ମାହାଙ୍ଗା ଓ ଭଦରେଶ୍ୱର ଥାନାର ପ୍ରତ୍ୟେକ ଛକ ବଜାରରେ ଚୋରା ମଦ ବିକ୍ରି ହେଉଥିବାବେଳେ ପ୍ରଶାସନ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉନଥିବା ଚର୍ଚ୍ଚା ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories