www.samajalive.in
Monday, December 8, 2025
27.1 C
Bhubaneswar

ଓଲଟିଲା ପାରାମିଲିଟାରୀ ଗାଡ଼ି; ଅଳ୍ପକେ ବର୍ତ୍ତିଲେ ଯବାନ

ବୋଲଗଡ: ବୋଲଗଡ଼ ଥାନା ନିକଟସ୍ଥ ୫୭ନଂ ଜାତୀୟ ରାଜପଥ ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପର ଅନତି ଦୂରରେ ଏକ ପାରାମିଲିଟାରୀ ଗାଡ଼ି ମଙ୍ଗଳବାର ଭାରସାମ୍ୟ ହରାଇ ରାସ୍ତା କଡ଼ ବିଲ ମଧ୍ୟକୁ ଖସି ପଡିଛି। ସୂଚନା ଅନୁଯାୟୀ, ଗାଡି ଚାଳକଙ୍କ ଆଖି ଲାଗିଯିବା ଯୋଗୁ ଏହିପରି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଗାଡ଼ିରେ ଯାଉଥିବା ୮ଜଣ ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାଯୋଗ୍ୟ, ଛତିଶଗଡ଼ ରାଜ୍ୟର ଗାଡି ଓଡ଼ିଶା ରାଜ୍ୟ ବାଟାଲିୟନରୁ ଛତିଶଗଡ଼ ରାଜ୍ୟକୁ ଫୋର୍ସମାନଙ୍କ ସହିତ ଜରୁରିକାଳୀନ ଆସବାବପତ୍ର ବହନ କରି ଓଡ଼ିଶାରୁ ଛତିଶଗଡ଼ ଯାଉଥିଲା। ଦୁର୍ଘଟଣା ଘଟିବା ପରେ ସାମାନ୍ୟ ଆହତ ହୋଇଥିବା ଯବାନଙ୍କୁ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories