ରାଉରକେଲା: ବିରମିତ୍ରପୁର ବନାଞ୍ଚଳ ରାଏବଗା ଏବଂ ଭାଲୁଳତା ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ୧୧ ଲକ୍ଷ ଟଙ୍କାର ବେଆଇନ ଚାଲାଣ ହେଉଥିବା ମୂଲ୍ୟବାନ କାଠ ଜବତ କରାଯାଇଛି। ବେଆଇନ କାଠ କାରବାର କରୁଥିବା ଅଭିଯୋଗରେ ରାଜେଶ ସାହୁ ଏବଂ ବିଶ୍ରାମ କଂଗଡ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ସୂଚନା ଦେଇଛନ୍ତି। ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ସୌମ୍ୟରଞ୍ଜନ ଗୋଚ୍ଛାୟତଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଶାଳ, ଗମ୍ଭାରୀ, ରୋହିଣୀ କାଠ ସହ ୫ଟି କରତ ଏବଂ ବିଦ୍ୟୁତ ଚାଳିତ ରନ୍ଦା ଜବତ କରାଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ରାଉରକେଲା ବନଖଣ୍ଡ ଅଧିକାରୀ କହିଛନ୍ତି।
Popular Categories



