ଡେସ୍କ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ ଏ ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ କହିଛନ୍ତି ଯେ ପାକିସ୍ତାନ ପୁଲିସ ମତେ ଅପହରଣ କରି ହତ୍ୟା କରିବା ଯୋଜନା କରିଥିଲା। ସେ କହିଛନ୍ତି ଯେ ତାଙ୍କୁ ଗିରଫ କରିବା ନେ ପୁଲିସ ଯେଉଁ ମନ୍ତବ୍ୟ ଦେଉଛି ତାହା କେବଳ ଡ୍ରାମା। ଗିରଫ କରିବା ଆଳରେ ମୋତେ ଅପହରଣ କରି ହତ୍ୟା କରିବା ଯୋଜନା ପୁଲିସ କରିଥିବା ଇମ୍ରାନ କହିଛନ୍ତି। ଇମ୍ରାନଙ୍କ ଘର ଆଗରେ ଜଗିଥିବା ପାକିସ୍ତାନ ପୁଲିସ ଲୁହ ବୁହା ଗ୍ୟାସ ଓ ପାଣି ପ୍ରୟୋଗ କରୁଥିବା ବେଳେ ଆଜି ଗୁଳି ଚଳାଇବା ଆରମ୍ଭ କରିଛି ବୋଲି ସେ କହିଛନ୍ତି।
ଇମ୍ରାନ ଗତ ସନ୍ଧ୍ୟାରେ ମାର୍ଚ୍ଚ ୧୮ରେ କୋର୍ଟରେ ହାଜର ହେବା ନେଇ ଏକ ବଣ୍ଡ ପୁଲିସ ଡ଼ିଆଇଜିଙ୍କୁ ଦେବାକୁ ଚାହିଁଥିଲେ ମଧ୍ୟ ସେ ତାହା ଗ୍ରହଣ କରିନଥିଲେ। ଇମ୍ରାନ ଟ୍ୱିଟ କରିଛନ୍ତି ଯେ ତାଙ୍କ ପତ୍ର ଗ୍ରହଣ ନ କରିବା ପୁଲିସର ଅଭିସନ୍ଧି ଦର୍ଶାଉଛି। ଗତ ସନ୍ଧ୍ୟା ପରା ଠାରୁ ତାଙ୍କ ବାସଭବନ ଉପରେ ଲଗାତାର ଆକ୍ରମଣ କରାଯାଉଛି। ତାଙ୍କ ଘର ବାହାରେ ଏକାଠି ହୋଇଥିବା ହଜାର ହଜାର ସମର୍ଥକଙ୍କ ଉପରେ କୌଣସି ନିୟନ୍ତ୍ରଣ ନାହିଁ ବୋଲି ଇମ୍ରାନ କହିଛନ୍ତି।



